ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ବ୍ଲକ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ବିଧାରପୁର ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି..ପୂର୍ବାହ୍ନରେ DJA, ଗଁଦିଆ ପ୍ରେସ କ୍ଲବ, ଭୁବନ ତୃପ୍ତି ପାଠାଗାର, ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା. ଉଦଘାଟକ ଭାବେ ପୋରୁହଖୋଜ ଗ୍ରାମ ପଂଚାୟତ ସରପଞ୍ଚ ରତିକାନ୍ତ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ. ମୋଟରେ57 ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା ଏଥିରେ ଢେଙ୍କାନାକ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ଏହାପରେ ମହାବିଦ୍ୟାଳୟ ପରିସରରେ ଅପରାହ୍ନ1,30ମିନିଟିରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା. ଉକ୍ତ ଉତ୍ସବରେ ନିମତ୍ରିତ ଅତିଥିମାନେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଉଦଘାଟନ କରିଥିଲେ. ଆସୋସିଏସନ ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକୀୟ ବିବରଣୀ ପାଠ କରିଥିଲେ ପୂର୍ଣ୍ଣ ଚନ୍ଦ୍ର ସାହୁ. ମୁଖ୍ୟ ଅତିଥି ଭାବେ ଢେଙ୍କାନାକ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଜଣେ ସାମ୍ବାଦିକ ନିର୍ଭୀକ ହେବା ସହିତ ସମାଜକୁ ଦିଗଦର୍ଶନ ଦେବା ତାହାର ଗୁଣବତାର ପରିଚୟ ଅଟେ. ଏହି ପରିପେକ୍ଷିରେ ସେ ଅତୀତ ଯୁଗରେ ନାରଦ ମୁନିଙ୍କର କାର୍ଯ୍ୟଶୈଳୀର ଦୃଷ୍ଟାନ୍ତ ସ୍ୱରୂପ ପ୍ରତ୍ୟକ ସାମ୍ବାଦିକ ଏପରି ହେବା ଦରକାର ବୋଲି କହିଥିଲେ. ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ରଥ ଯୋଗଦେଇ ଆଜିର ଯୁଗ ସମ୍ପୂର୍ଣ ଡିଜିଟାଲ ଆଡକୁ ଗତିକରୁଛି ଏଣୁ ସେହି ଦୃଷ୍ଟି କୋଣରୁ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନେ ନିଜକୁ ଗଢି ତୋଳିବା ସହ ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ପରାକାଷ୍ଠା ପ୍ରର୍ଦଶନ ଏକାନ୍ତ ଆବଶ୍ୟକ ଅଟେ ବୋଲି କହିଥିଲେ. ଅନ୍ୟ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଢେଙ୍କାନାକ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ, ଗଁଦିଆ ପଂଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ,ବି ଡି ଓ ଆଶିଷ ରଂଜନ ସାହୁ,ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟ ସ୍ୱରୂପ ଦାସ, ବ୍ଲକ ବି ଜେ ଡି ସଭାପତି ବିଶ୍ୱନାଥ ଜେନା, ସମାଜିକକର୍ମୀ ଭଜମନ ବିଶ୍ୱାଳ,ବନପାଳ ଶିବ ପ୍ରସାଦ ସାମଲ, ଢେଙ୍କାନାକ ସନ୍ଧ୍ୟା ମହାବିଦ୍ୟାଳୟ ଅଧ୍ୟକ୍ଷ ସମୀର କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଅଜୟ କୁମାର ମହାନ୍ତି, ଗଁଦିଆ ଥିଙ୍କର୍ଷ ଫୋରମ ସଭାପତି ସୁବ୍ରତ କୁମାର ସାହୁ,ଜିଲ୍ଲା ବି ଜେ ଡି ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ, ଗଁଦିଆ ବ୍ଲକ ମହିଳା ବି ଜେ ଡି ସଭାପତି ଶୁଭଦର୍ଶିନୀ ପରିଡା,ପ୍ରମୁଖ ଯୋଗଦେଇ ଆସୋସିଏସନ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ସମାଜର ଅନେକ କ୍ଷେତ୍ରରେ ଲୁଚି ରହିଥିବା ସମସ୍ୟା ଗୁଡିକୁ ଲୋକ ଲୋଚନକୁ ଆଣିବା ସହିତ ସରକାର ଓ ଜନସାଧାରଣ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିବା ବାସ୍ତବ କ୍ଷେତ୍ରରେ ଜଣେ ସମ୍ବାଦିକର ମୂଳ ଲକ୍ଷ୍ୟ ହେବା ଏକାନ୍ତ ଜରୁରୀ ବୋଲି ମତ ପ୍ରଦାନ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତି ବିଶେଷ ଙ୍କ ମଧ୍ୟ ରେ ଶିକ୍ଷାବିତ ରାଷ୍ଟ୍ରପତି ପୁରସ୍କୃତ ହରିହର ସାହୁ,ଯାତ୍ରା ଅଭିନେତା ପ୍ରମିତ ମହାନ୍ତି,ରାଘବ ମହାରଣା, ଶୁଭ୍ରାଂଶୁ ଶତପଥୀ, ଅଙ୍କିତା ଦାସ,ଅନନ୍ୟା ଦାସ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ନାନିତ କରାଯାଇଥିଲା. ରଶ୍ମିତା ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ. ଅନୁଷ୍ଠାନର ଉପଦେଷ୍ଟା ତାରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ପରିଶେଷରେ ମହାବିଦ୍ୟାଳର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଏକକ ନାଟକ ରକ୍ତଦାନ ଉପରେ “ରକ୍ତର ନାହିଁ ଜାତି ” ପରିବେଷଣ କରିବା ସହିତ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ସଂପାଦକ ସୌମ୍ୟ ରଂଜନ ମହାନ୍ତି, କୋଷାଧକ୍ଷ ଅକ୍ଷୟ କୁମାର ପାତ୍ର,ରାକେଶ ବେହେରା, ସୂର୍ଯ୍ୟକାନ୍ତ ଲେଙ୍କା, ଦିବ୍ୟରଞ୍ଜନ ମହାନ୍ତି,ଉପଦେଷ୍ଟା ସୁଦାମ କୁମାର ସାହୁ,ମହେନ୍ଦ୍ର ସାହୁ,ନାରାୟଣ ଗଡ଼ନାୟକ ଓ ଅନ୍ୟ ସଭ୍ୟମାନେ ସହଯୋଗ କରିଥିଲେ.

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *