କଟକରୁ କେଦାରନାଥ ବାଇକ୍ ଯାତ୍ରା ଆରମ୍ଭ କଲେ ରାଜେଶ୍

Spread the love

କଟକ,(ନାଗରାଜ ନ୍ୟୁଜ): କଟକରୁ କେଦାର ନାଥ ବାଇକ୍ ଯାତ୍ରା ଆରମ୍ଭ କଲେ କଟକର ପୁଅ ତଥା ବାଇକ୍ ରାଇଡ଼ର୍ ରାଜେଶ୍ ମହାରଣା। ଶ୍ରାବଣ ମାସ ଉପଲକ୍ଷେ ବାଇକ୍ ଯୋଗେ ଦୀର୍ଘ 2200 କିଲୋମିଟର ରାସ୍ତା ଅତିକ୍ରମ କରି ଉତ୍ତରାଖଣ୍ଡ ର ବାବା କେଦାରନାଥ ଙ୍କ ଦର୍ଶନ କରିବେ। ରାଜେଶ ପେଶାରେ ଜଣେ ସୁନା କାରିଗର କିନ୍ତୁ ନିଶା ହେଉଛି ଭାରତର ବିଭିନ୍ନ ପ୍ରତିଷ୍ଠିତ ଧର୍ମସ୍ଥଳୀ ଓ ପର୍ଯ୍ୟଟସ୍ଥଳୀ ଗୁଡ଼ିକୁ ବାଇକ୍ ଯାତ୍ରା କରିବା। ପୂର୍ବରୁ ଦୀର୍ଘତମ ବାଇକ୍ ଯାତ୍ରାରେ ସୁଦୂର ଲଦାଖ କୁ ଯାଇ ସାରିଛନ୍ତି। ଏହି ଯାତ୍ରା ତାଙ୍କ ପାଇଁ ଥିଲା ପ୍ରାୟ ୪୫୦୦ କିଲୋମିଟର। ଆଉ କିଛିଦିନ ପରେ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ।

ଏହି ଶ୍ରାବଣ ମାସ ରେ ବାବା କେଦାର ନାଥଙ୍କୁ ଦର୍ଶନ କରିବା ଲକ୍ଷ୍ୟରେ ଆଜି କଟକ ର ପ୍ରସିଦ୍ଧ ଶୈବ ପୀଠ ବାବା ଗଡଗଡେଶ୍ୱର୍ ମହାଦେବଙ୍କୁ ଦର୍ଶନ କରି ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଆଗକୁ ତାଙ୍କ ସହ କିଛି ତାଙ୍କର ସାଙ୍ଗ ବାଇକ୍ ରାଇଡର ସହଯୋଗୀ ମଧ୍ୟ ମିଶିବାର କାର୍ଯ୍ୟକ୍ରମ ରହିଛି। ପାଖାପାଖି ୫ ରୁ ୬ ଦିନ ଧରି ହେବାକୁ ଥିବା ଏହି ବାଇକ୍ ଯାତ୍ରା ରେ ଦୈନିକ ପାଖାପାଖି ୫୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମଝିରେ କାଶୀ ବିଶ୍ଵନାଥଙ୍କ ଦର୍ଶନ କରି ପୁନର୍ବାର କେଦାରନାଥ ଅଭିମୁଖେ ବାହାରିବେ। କଟକର ପ୍ରସିଦ୍ଧ ଗଡଗଡେଶ୍ୱର୍ ମହାଦେବଙ୍କୁ ଦର୍ଶନ କରି ନିଜର ଯାତ୍ରା ଆରମ୍ଭ କରିଛନ୍ତି ।ଆଗକୁ ଭାରତର ସମସ୍ତ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ବୁଲି ଦର୍ଶନ କରିବା ର ଲକ୍ଷ୍ୟ ରଖିଛନ୍ତି ରାଜେଶ୍।

Leave a Reply

Your email address will not be published. Required fields are marked *