ଅଗ୍ନିକାଣ୍ଡରେ ଜଳିଗଲା ଗୁହାଳ ଓ ଘର, ୩ ଗୋରୁ ଜୀବନ୍ତ ଦଗ୍ଧ

Spread the love

ଖଇରା,(ନାଗରାଜ ନ୍ୟୁଜ): ଅଗ୍ନିକାଣ୍ଡରେ ଜଳିଗଲା ଗୁହାଳ ଘର ସମେତ ୪ ବଖରା ଘର . ୩ ଗୋରୁ ଜୀବନ୍ତ ଦଗ୍ଧ । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମର ଉଦୟନାଥ ଖଟୁଆଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଗୁହାଳ ସମେତ ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ଛାରଖାର ହୋଇ ଯାଇଛି। ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ତଥା ବିଳମ୍ବିତ ରାତିରେ ଏଭଳି ଅଗ୍ନିକାଣ୍ଡ ହୋଇଥିଲା। ଘର ଲୋକ ଜୀବନ ବିକଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । କୌଣସି ଜିନିଷ ପତ୍ର ଘରୁ ବାହାର କରିବା କାଢ଼ିବା ମୁସ୍କିଲ ହୋଇ ଯାଇଥିଲା। ଘରେ ସାଇତା ଥିବା ଧାନ, ଚାଉଳ, ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡି ଛାରଖାର ହୋଇଯାଇଛି । ଏପରିକି ଗୁହାଳ ଘର ମଧ୍ୟରେ ଥିବା ଗୋରୁ ଗୁଡିକ କାଢ଼ିବା ସମ୍ଭବପର ହୋଇନଥିଲା। ଏହି ଅଗ୍ନିକାଣ୍ଡରେ ତିନୋଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *