ମା ଲଷ୍ମୀ ଠାକୁରାଣୀ ବନ୍ଦ କଲେ ସିଂହଦ୍ଵାର, ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ କଲେ ମାନ ଭଞ୍ଜନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପବିତ୍ର ନିଳାଦ୍ରୀବିଜେ ରେ ପ୍ରଭୁ ସୁଦର୍ଶନ, ମଦନମୋହନ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ପହାଣ୍ଡିହୋଇ ଗଲାବେଳେ ମା ଲଷ୍ମୀ ଠାକୁରାଣୀ ସିଂଘଦ୍ୱାର ଖୋଲା ରଖିଥିଲେ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେତେବେଳେ ରଥ ଉପରୁ ତଳକୁ ଓହ୍ଲାନ୍ତି ସେହି ସମୟରେ ମହାଲକ୍ଷ୍ମୀ ସିଂହଦ୍ଵାର କୁ ସାଙ୍ଗେ ସାଙ୍ଗେ ବନ୍ଦ କରି ଚାହାଣୀମଣ୍ଡପରେ କଣେଇ ଚାହିଁଥିଲେ କାରଣ ମହାପ୍ରଭୁଙ୍କ ଉପରେ ମାଆଙ୍କର ବହୁତ ରାଗଥିଲା ନୂଆ ବାହାହୋଇ ମା ଲଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ମାଉସୀ ଘରକୁ ବୁଲିବାକୁ ଚାଲିଯାଇଥିଲେ। ମା ଲଷ୍ମୀ କଣେଇ ଠାକୁରାଣୀ ନଣନ୍ଦ ଓ ଡେଦ୍ଧୁସୁରଙ୍କୁ ସସମାନେ ଛାଡିଦେଇଥିଲେ କିନ୍ତୁ ମହାପ୍ରଭୁ ଯିବେ କୁଆଡେ ଚାହାଣୀ ମଣ୍ଡପରେ ମା ଲଷ୍ମୀ ଠାକୁରାଣୀଙ୍କ ଏପରି ଚାହାଣୀ ଦେଖି ମହାପ୍ରଭୁ ସବୁ ବୁଝିପାରି ନବୁଝିଲାପରି ମୁରୁଜି ହସ ଟେ ମାରି ରସଗୋଲା ପଠେଇଥିଲେ ଏବଂ ମହାଲକ୍ଷ୍ମୀ ସିଂହଦ୍ଵାର ଖୋଲିଥିଲେ। ତେଣୁ ନିଳାଦ୍ରୀବିଜେ ଦିନ ରଥ ଉପରେ ରସଗୋଲା ଭୋଗ ହୋଇ ଥାଏ। ସାରା ବିଶ୍ୱରେଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଏ। ଏଥିରୁ ରସଗୋଲା ଆମ ଓଡ଼ିଶାର ଓଡ଼ିଆଙ୍କଠାରୁ ଆରମ୍ଭ ହୋଇଛି ବୋଲି କୋଉ ପୌରାଣିକକାଳରୁ ପାଳନ ହୋଇ ଆସୁଛି ।

Leave a Reply

Your email address will not be published. Required fields are marked *