କଟକ,(ନାଗରାଜ ନ୍ୟୁଜ): କଟକ ମହାନଦୀ ପଠାରେ 424 ଏକର ଜମିର ଉନ୍ନତିକରଣ, ୪ ଲେନ୍ ରାସ୍ତା, ପାର୍କ, ୱାଟର ସ୍ପୋର୍ଟସ୍ କମ୍ପେ୍ଲକ୍ସ, ୫ ତାରକା ହୋଟେଲ୍, ଏସ୍ସିବି କ୍ୟାମ୍ପସ-୨ ନିର୍ମାଣ, ଅନ୍ତର୍ଜାତୀୟ ସ୍ତରର ବାଲିଯାତ୍ରା ପ୍ରଦର୍ଶନୀ ପଡ଼ିଆ ନିର୍ମାଣ ପାଇଁ ମହାନଦୀ ସଲଗ୍ନ ରିଂ ରୋଡ୍ କ୍ୟାଣ୍ଟନମେଣ୍ଟ ଥାନାଠାରୁ ବାଲିଯାତ୍ରା ପଡ଼ିଆ, ସିସୋର ପଠା ଓ ହାଡ଼ିଆ ପଠା ଅଞ୍ଚଳରେ ପର୍ଯ୍ୟାପ୍ତ ଜମି ପୋତା ଚାଲିଛି । ଏହି ଅଞ୍ଚଳ ପ୍ରାୟ ୪ଶହ 24 ଏକର ଜାଗା ହେବ । ତେବେ ଏହି ଅଞ୍ଚଳର ଉନ୍ନତିକରଣ କରି ଏହାକୁ ଉପଯୋଗୀ କରିବା ପାଇଁ ପ୍ରଶାସନ ଏବେ ଅଣ୍ଟା ଭିଡ଼ିଥିବାବେଳେ ଏହାକୁ ବିରୋଧ କରି ଏନଜିଟିରେ ମାମଲା ହୋଇଥିଲା । ତେବେ ବୁଧବାର କଟକ ମହାନଦୀ ପଠାରେ 7 ଜଣିଆ ଏନଜିଟି ଟିମ୍ ଏହି ଅଞ୍ଚଳକୁ ବୁଲି ଦେଖିବା ସହ ହାଡ଼ିଆ ପଠାକୁ ପୋତିବା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ।କମିଟି ଙ୍କ ସହ କଟକ ଜିଲାପାଳ , ସିଏମସି କମିଶନର , ଜଳ ସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଆଜିର ଗସ୍ତ ସମୟରେ ଯେଉଁ ତଥ୍ୟ ହସ୍ତଗତ ହେବ ସେହି ରିପୋର୍ଟକୁ ଏନଜିଟି ରେ ଦାଖଲ କରିବ ଏହି ଟିମ।ଅନ୍ୟପଟେ ଏହି ଯୋଜନା ହେବା ଯୋଗୁ ମହାନଦୀର ଜଳଧାରଣ କ୍ଷମତା ଓ ନଦୀଜଳ ର ସ୍ରୋତ ଠିକ୍ ସେ ବୋହି ପାରୁନଥିବା କଥା ଅଭିଯୋଗ ହୋଇଛି ।