୨୦୦୮ପରବର୍ତ୍ତୀ ଅଧ୍ୟାପକ, କର୍ମଚାରୀଙ୍କୁ ଅନୁଦାନ ଦାବିରେ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ଡିଗ୍ରୀ ମହାବିଦ୍ୟାଳୟ ରେ,ବେସରକାରୀ ଅଧ୍ୟାପକ,କର୍ମଚାରୀ ସଙ୍ଘ ର ରାଜ୍ୟ ସଭାପତି ବିଶ୍ୱରଂଜନ ଦାସ ଙ୍କ ଡ଼ାକରାରେ ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟରେ ୨୦୦୮ ମସିହା ପରବର୍ତ୍ତୀ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କ ଦ୍ୱାରା ,ପବିତ୍ର ଗୁରୁ ପୂର୍ଣ୍ଣିମା ରେ ମହାବିଦ୍ୟାଳୟ ଫାଟକ ନିକଟରେ ଦୁଇ ଘଣ୍ଟା ପାଇଁ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି |ଉକ୍ତ ଧାରଣାରେ ଉପସ୍ଥିତ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀ ମାନେ ମହାତ୍ମା ଗାନ୍ଧୀ ଜି ଫୋଟୋ କୁ ପାଖରେ ରଖି ରାଜ୍ୟ ସରକାରଙ୍କ ଶିକ୍ଷକ ମାରନା ନୀତି ବିରୁଦ୍ଦରେ ସ୍ଲୋଗାନ ଦେବା ସହିତ ,ଦୀର୍ଘ ୮୯ଦିନ ଧରି ଭୁବନେଶ୍ୱର ର ଧାରଣା ସ୍ଥଳେ ଅଧିକାର ଯାତ୍ରା-୩ ମାଧ୍ୟା ରେ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ ୱାପଙ୍ଗ ରାଜ୍ୟସରକାର ଙ୍କର ନୀରବତା କାରଣରୁ ଆନ୍ଦୋଳନ କୁ ସାରାରାଜ୍ୟରେ ମହାବିଦ୍ୟାଳୟ ସ୍ତରକୁ ଅଣାଯାଇଛି ଏବଂ ଆଗାମୀ ଦିନରେ ଏହି ଅସନ୍ତୋଷ ପଂଚାୟତ ଓ ଗ୍ରାମ ସ୍ତରକୁ ଜୀଵା ପାଇଁ ସଙ୍ଘ ଚେତାବନୀ ଦେଇଛି |ଉକ୍ତ ସତ୍ୟାଗ୍ର ରେ ମହାବିଦ୍ୟାଳୟର ସଂଯୋଜକ ବୈକୁଣ୍ଠ ନାଥ ମିଶ୍ର ଙ୍କ ସହିତ ୨୦୦୮ପରବର୍ଷର ସମସ୍ତ ଅଧ୍ୟାପକ ଏବଂ ଅର୍ମଚାରୀ ଯୋଗ ଦେଇଥିଲେ |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *