ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଉଥିଲେ ଭକ୍ତ, ଯାଞ୍ଚ ବେଳେ ଧରାପଡ଼ି ହେଲେ ହଟାହଟା

Spread the love

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରରେ କାଳିଆ ଦର୍ଶନ ପାଈଁ ଭକ୍ତମାନଙ୍କୁ ତନଖି କରି ଛଡା ଯାଉଛି।। ଶ୍ରୀଜଗନ୍ନାଥ ରତ୍ନସିଂହାସନରେ ବିରାଜମାନ ହେଲାପରେ ରତ୍ନସିଂହାସନ ରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ହେଉଛି।ହେଲେ ଭକ୍ତ ମାନେ ଅଜାଣତରେ ହେଉ ବା ଜାଣିକରି ହେଉ ସେମାନେ ମନ୍ଦିର ଭିତରକୁ ଗୁତୁଖା,ପାନ,ସିଗାରେଟ, ରନ୍ଧା ଖାଦ୍ୟ,କିଣା ଖାଦ୍ୟ, ବିସ୍କୁଟ ଏପରିକି ଅନ୍ୟ ସାମଗ୍ରୀ ନେଇ ଯିବାର ନଜିର ଅଛି।କିନ୍ତୁ ଏସବୁ ଶ୍ରୀମନ୍ଦିର ଭିତରକୁ ନେଇ ଯିବାକଥା ନୁହେଁ। ପ୍ରଶାସନ ତରଫରୁ ସବୁ ଭକ୍ତଙ୍କୁ ଯାଞ୍ଚ କରି ଭିତରକୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଛଡାଯାଉଛି। ଏହି ଜାଞ୍ଚ ହେବାଦ୍ୱାରା ଆଜି ପ୍ରଚୁର ପରିମାଣରେ ଗୁତୁଖା, ବିଡ଼ି,ସିଗାରେଟ, ବାହାର ଭୋଗ , ଖାଦ୍ୟ,ବିସ୍କୁଟ ଇତ୍ୟାଦି ବାହାରେ ରଖାଯାଇଛି। ଏପରିକି ମୋବାଇଲ ଭିତରକୁ ନେବାକୁ ମନାହୋଇ ଥିବା ବେଳେ କିଛି ଭକ୍ତ ମୋବାଇଲ ନୁଚେଇ ଭିତରକୁ ଗଲାବେଳେ ପୋଲିସ ହାତରେ ଧରାପଡି ହଟହଟା ହେଉଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *