ଧର୍ମ ପରାୟଣ ମହିଳାଙ୍କ ପରଲୋକ

Spread the love

ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅନ୍ତର୍ଗତ ଦାଢାପାଟଣା ଗ୍ରାମର ସ୍ବର୍ଗତ ବିଷ୍ଣୁ ଚରଣ ସାହୁଙ୍କ ପତ୍ନୀ ଫୁଲ ସାହୁଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ମହିଳା ଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ସମୟରେ ଜ୍ୟେଷ୍ଠ ପୁତ୍ର ସୁରେନ୍ଦ୍ର, ଦେବେନ୍ଦ୍ର, ଶିବେନ୍ଦ୍ର, ଜିତେନ୍ଦ୍ର, ସମସ୍ତ ଝିଅ, ନାତି ଓ ନାତୁଣୀଙ୍କ ସହିତ ସମସ୍ତ ଶୋକାକୁଳ ପରିବାର ଉପସ୍ଥିତ ଥିଲେ। ପୁରା ଗ୍ରାମ ପରିକ୍ରମା କଲା ପରେ ପୁରୀର ସ୍ବର୍ଗ ଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ସୁରେନ୍ଦ୍ର ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *