ବ୍ରହ୍ମଗିରି ହାଇସ୍କୁଲର 1995 ବ୍ୟାଚର ବନ୍ଧୁ ମିଳନ ଓ ସ୍କୁଲର ଉନ୍ନତି ନିମନ୍ତେ ଆଲୋଚନା

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ହାଇସ୍କୁଲ ର 1995 ମସିହା 10ମ ଶ୍ରେଣୀ ବ୍ୟାଚର ଛାତ୍ରମାନେ ଆଡଭୋକେଟ ରମାସଙ୍କର ପାତ୍ରଙ୍କ ନେତୃତ୍ୱରେ ପ୍ରାୟ 40ରୁ ଅଧିକ ଛାତ୍ର ଏକତ୍ରିତ ହୋଇ ଏକ ବୈଠକ ବସିଥିଲା। ଏଥିରେ ସ୍କୁଲର ଉନ୍ନତି ପାଈଁ କିଛି ଆଲୋଚନା ହୋଇଥିଲା। ସ୍କୁଲର ସମ୍ପାଦକ ଓ ଛାତ୍ର ମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ସ୍କୁଲର ଜମି କିଛି ସ୍ଥାନୀୟ ବ୍ୟକ୍ତିଙ୍କ ଜମି ସହିତ ଥିବାରୁ ସ୍କୁଲର ଉନ୍ନତି ରେ ବାଧା ସୃଷ୍ଟି ହେଉଛି ବୋଲି ଶ୍ରୀଯୁକ୍ତ ନାୟକ କହିଥିଲେ। ଏହାର ଶୀଘ୍ର ସମାଧାନ କରିବା ସହିତ ସ୍କୁଲରେ ଏକ ଲାଇବ୍ରେରୀ ଖୋଲିବା ପାଇଁ ଆଲୋଚନା ହୋଇଥିଲା।ପରେ ପରେ ସ୍କୁଲ ର ସ୍କାଉଟ ପିଲାମାନଙ୍କ ସହିତ କିଛି ସମୟ ଅନ୍ତରଙ୍ଗ ମୁହୂର୍ତ୍ତ ବାଣ୍ଟିଥିଲେ। ପରେ ପରେ ଶୁଦ୍ଧ ସାକାହାରୀ ଭୋଜନ ପ୍ରସ୍ତୁତ କରାଯାଇ ଥିଲା।ସମସ୍ତେ ଖୁସି ହୋଇ ଆସନ୍ତା ରବିବାର ଦିନ ସ୍କୁଲ ପରିସର ସଫେଇ କରିବା ସହିତ ଏକ ବଡସଭା କରିବାର ବିସ୍ତ୍ରୁତ ଆଲୋଚନା କରାଯିବ।ଏହି କାର୍ଯ୍ୟକ୍ରମ ରେ ଅକ୍ଷୟ ବରାଳ,ଅକ୍ଷୟ ଦଳେଇ,ରାକେଶ ନାୟକ, ମନୋଜ ସାହୁ,ଶଙ୍କର ପାତ୍ର,ରବୀନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଦିର୍ଘ 27ବର୍ଷ ପରେ ସାଙ୍ଗମାନେ ଏକାଠି ହେବାର ଖୁସି ସବୁ ସାଙ୍ଗମାନେ ରମାସଙ୍କର ପାତ୍ର,ଗୌତମ ମହାନ୍ତି ଓ ଆମ ନିଉଜ ଚାନେଲର ରମେଶ ଚନ୍ଦ୍ର ସାହୁଙ୍କୁ ଦେଇଥିଲେ।

Leave a Reply

Your email address will not be published. Required fields are marked *