ସନ୍ଦେହ ଘେରରେ କଟକର ପ୍ରିନ୍ସଙ୍କ ଆତ୍ମହତ୍ୟା

Spread the love

କଟକ,(ନାଗରାଜ ନ୍ୟୁଜ): ସନ୍ଦେହ ଘେରରେ ଯୁବକଙ୍କ ଆତ୍ମହତ୍ୟା। କଟକ ବକ୍ସି ବଜାର କୁମ୍ଭାର ସାହି ନାଗିନା ଗଳିର ପ୍ରିନ୍ସ ପ୍ରବୀଣ ଙ୍କ ଆତ୍ମହତ୍ୟା ଘଟଣା ଧୀରେ ଧୀରେ ଭିନ୍ନ ମୋଡ଼ ନେଉଛି। ସୁପରିକଳ୍ପିତ ହତ୍ୟା ଅଭିଯୋଗ ଆଣିଲେ ସ୍ଥାନୀୟ ଯୁବକ ଓ ସାଙ୍ଗସାଥୀ। ସୂଚନାନୁସାରେ ପ୍ରିନ୍ସ କଟକ କୁମ୍ଭାର ସାହିରେ ରହୁଥିବା ବେଳେ ବଣିଆ ସାହିରେ ତାଙ୍କର ଏକ ସୁନା ଦୋକାନ ରହିଛି। ପ୍ରିନ୍ସ ବାପା ମା ଛେଉଣ୍ଡ ହୋଇଥିବା ବେଳେ ମାମୁ ଙ୍କ ସହ ଏଠାରେ ରୁହନ୍ତି। କିନ୍ତୁ କିଛିଦିନ ହେବ ତାଙ୍କର ସମ୍ପର୍କୀୟ ମାନଙ୍କର ସହ ସମ୍ପର୍କରେ ତିକ୍ତତା ଆସିଥିବା କଥା ଅଭିଯୋଗ ହେଉଛି। ଗତକାଲି ବିଳମ୍ବିତ ରାତିରେ ପ୍ରିନ୍ସ ଙ୍କ ଝୁଲନ୍ତା ମୃତଦେହ ତାଙ୍କର ଘରୁ ସାଙ୍ଗ ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ। ହେଲେ ଜଣେ ଆତ୍ମହତ୍ୟା କରିବା ବେଳେ କିପରି ତାଙ୍କର କାନମୁଣ୍ଡା ଫାଟିଥିଲା ଓ ପୂର୍ବରୁ ସେ କୌଣସି ପ୍ରକାରେ ଅବସରରେ ନଥିଲେ ସେ ନେଇ ପ୍ରଶ୍ନ ଉଠାଇ ଛନ୍ତି ସାଙ୍ଗ ସାଥୀ ମାନେ। ଯାହା ଫଳରେ ପ୍ରିନ୍ସ ଙ୍କ ସମ୍ପର୍କୀୟ ଙ୍କର ଉପରେ ସିଧସଳଖ ଆଙ୍ଗୁଠି ଉଠିଛି। ଅନ୍ୟପଟେ ପୋଲିସ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିପାରିବ।

Leave a Reply

Your email address will not be published. Required fields are marked *