ଭିରୁଡା ଡବଲ ମଡର ଘଟଣାରେ ଆଉ ୩ ଅଭିଯୁକ୍ତ ଗିରଫ

Spread the love

କଟକ,(ନାଗରାଜ ନ୍ୟୁଜ): ତିଗିରିଆ ଥାନା ଭିରୁଡା ଡବଲ ମଡର ଘଟଣାରେ ଆଉ ୩ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ସହ ଠେଙ୍ଗାବାଡି ଜବତ କଲା ତିଗିରିଆ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆଠଗଡ SDPO ବିଜୟ କୁମାର ବିଶି । ଗତ ଜୁଲାଇ ୭ତାରିଖରେ ଭିରୁଡା ଛକରେ ସର୍ବସାଧାରଣଙ୍କ ସାମ୍ନାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୫ଜଣ ଦୁଇ ଭାଇଙ୍କୁ ପ୍ରଥମେ ଠେଙ୍ଗାବାଡି ସହ ଖଣ୍ଡାରେ ଆକ୍ରମଣ କରି ସେମାନଙ୍କ ଉପରେ ଟ୍ରକ ଚଢାଇ ଦେଇଥିଲେ। ଏହି ଘଟଣାରେ ମୂଖ୍ୟ ଅଭିଯୁକ୍ତକୁ ମିଶାଇ ୪ଜଣ ଗିରଫ ହୋଇଥିବା ବେଳେ ଟ୍ରକ ଡ୍ରାଇଭରକୁ ଖୁବ ଶିଘ୍ର ଗିରଫ କରିବେ ବୋଲି ପୋଲିସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *