ପଞ୍ଜାବର ସାଂସଦଙ୍କ ବିରୁଦ୍ଧରେ କଟକ ପୁରୀଘାଟ ଥାନାରେ ଏତଲା

Spread the love

କଟକ,(ନାଗରାଜ ନ୍ୟୁଜ): ସହିଦ୍ ଭଗତ ସିଂ ଙ୍କ ବିଷୟରେ ଖରାପ ମନ୍ତବ୍ୟ ଦେଇଥିବା ପଞ୍ଜାବର ସାଂସଦ ଙ୍କ ବିରୁଦ୍ଧରେ କଟକ ପୁରୀଘାଟ ଥାନା ରେ ଏତେଲା ଦେଲା ଓଡ଼ିଶା ସୁରକ୍ଷା ସେନା। ପଞ୍ଜାବ ସଂଗ୍ରୁର ର ସାଂସଦ ସିମ୍ରନ୍ ଜିତ୍ ମାନ ଭାରତର ସ୍ଵାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂ ଙ୍କୁ ଆତଙ୍କବାଦୀ ବୋଲି କହିବା ସହ ଅତି ଅପମାନ ଜନକ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ମାନ ଜଣେ ଆଇପିଏସ ଅଫିସର ଥିବା ବେଳେ ବର୍ତ୍ତମାନ ଏଭଳି ମନ୍ତବ୍ୟ ଦେବା ଅତି ନିନ୍ଦନୀୟ ଓ ଏହା ଭାରତ ଯୁବ ପିଢ଼ି ଙ୍କ ଉପରେ କୁ ପ୍ରଭାବ ପଡ଼ିବ ବୋଲି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଯଦି ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନାକରାଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ସଂଗଠନ।

Leave a Reply

Your email address will not be published. Required fields are marked *