ସାରଡାଙ୍ଗ ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀ ର ଖଇରା ବ୍ଲକ ସାର ଡାଙ୍ଗ ପଞ୍ଚାୟତରେ ବିଜେପି ତରଫରୁ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳନ ହୋଇଯାଇଛି।ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି । ଏହାସହ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ଏହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଏହି ଖୁସିରେ ଆଜି ଅପରାହ୍ନରେ ଆଦିବାସୀ ପରିବାରର ସଦସ୍ୟମାନେ ସାମିଲ ହୋଇ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଖୁସିରେ ଅଭିର ମାରି ମିଠା ବାଣ୍ଟିବା ସହ ବାଜା ବଜାଇ ନାଚଗୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ନୀଳମାଧବ ପଣ୍ଡା ସମେତ ଜିଲ୍ଲା ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ 6ନମ୍ବର ଯୋନର କାର୍ଯ୍ୟକାରୀ ସଭାପତି ବୁଲୁ ଲେଙ୍କା, ଜିଲ୍ଲା ପରିଷଦ ପ୍ରାର୍ଥୀ ମିନାକ୍ଷୀ ମହାପାତ୍ର,ସରପଞ୍ଚ ପ୍ରଣତି ମାଝୀ,ସମିତି ମାଳତୀ ସେଠି, ସୁରେଶ୍ ମାଝୀ,ମନୋରଞ୍ଜନ ପଣ୍ଡା ,ସୁଦାମ ଚରଣ ପୃଷ୍ଟି ଅଜୟ କୁମାର ବେହେରା, ଓବହୁ ବିଜେପି କାର୍ଯ୍ୟ କର୍ତ୍ତା ସାମିଲ ହୋଇଥିଲେ ସରକାର ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଗୁରୁତ୍ୱ ଦେଇ ଦେଶର ପ୍ରଥମ ନାଗରିକ ପଦବୀରେ ବସାଇଥିବାରୁ ବିଜେପି ନେତା,କର୍ମୀ ଏବଂ ଆଦିବାସୀ ପରିବାରର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା,ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *