ଜୀବନ ବଞ୍ଚାଇଲା ଆରପିଏଫ୍ ଥାନା ପୋଲିସ

Spread the love

କଟକ,(ନାଗରାଜ ନ୍ୟୁଜ): ମହିଳା ଓ ଶିଶୁଙ୍କ ଜୀବନ ବଞ୍ଚାଇଲା କଟକ ଆର ପି ଏଫ୍ ଥାନା ପୋଲିସ। ଆଜି ସନ୍ଧ୍ୟା ସମୟରେ କଟକ ରେଳ ଷ୍ଟେସନ ନିକଟ ରେଳ ପୋଲିସ କର୍ମଚାରୀ ରୋଜି ମହାନ୍ଦା , ଏ ଏସ ଆଇ ସ୍ମୃତି ରଞ୍ଜନ ସାହୁ ଓ ତାଙ୍କର ଟିମ୍ ନାଇଟ ପାଟ୍ରୋଲିଂ କରୁଥିବା ସମୟରେ ରେଳ ଧାରଣା ଉପରେ ଜଣେ ମହିଳା ତାଙ୍କର କୁନି ପିଲାକୁ ଧରି ଆତ୍ମହତ୍ୟା କରିବା ପାଇଁ ବସିଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଗାଡ଼ି ଆସିବାକୁ ଥିବାରୁ ମହିଳା ପୋଲିସ କର୍ମଚାରୀ ରୋଜି ତୁରନ୍ତ ତାଙ୍କୁ ଫିଲ୍ମ ଷ୍ଟାଇଲ ରେ ଉଦ୍ଧାର କରି ଥାନାକୁ ଆଣିଥିଲେ। ପରେ ମହିଳା ଜଣକ ପାରିବାରିକ କଳିରୁ ଏଭଳି ପଦକ୍ଷେପ ନେବା ପାଇଁ ଆସିଥିବାର ପୋଲିସ ଜାଣିବାକୁ ପାଇଥିଲା ଏବଂ ଶେଷରେ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *