ଯୁବ ସମ୍ମିଳନୀ ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ରବିବାର ସକାଳ 10 ଘଟିକା ସମୟରେ ରାମକୃଷ୍ଣ ମଠ, ଚକ୍ରତୀର୍ଥ ରୋଡ, ପୁରୀ ଠାରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି. ଏହି ସମ୍ମିଳନୀ ର ପ୍ରାରମ୍ଭରେ ଶାନ୍ତି ମନ୍ତ୍ର ପାଠ କରିଥିଲେ ରାମକୃଷ୍ଣ ମଠ ର ରାମ ମହାରାଜ, ରମେଶ ମହାରାଜ, ଓ ମଳୟ ମହାରାଜ, ପରେ ପରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଶ୍ରୀ ଶ୍ୟାମଳ ରାୟ, ସ୍ୱାମୀ ବିବେକାନନ୍ଦ ଙ୍କ ସ୍ବେଦେଶ ମନ୍ତ୍ର ପାଠ କରିଥିଲେ ପ୍ରାକ୍ତନ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଓ ତାଙ୍କର ଛାତ୍ରୀ ମାନେ. ପରେ ଓଁ ପ୍ରକାଶ ପଣ୍ଡା ସ୍ୱାମୀବିବେକାନନ୍ଦ ଙ୍କ ଯୁବସମାଜ କୁ ଆହ୍ୱାନ ସମ୍ପର୍କ ରେ ଆଲୋକପାତ କରିଥିଲେ. ପରେ ଅନ୍ୟତମ ବକ୍ତା ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ସ୍ୱାମୀବିବେକାନନ୍ଦ ଙ୍କ ର ଶିକ୍ଷା ଓ କଥୋପନିଷଦ ରେ ନଚିକେତା ର ଚରିତ୍ର ସମ୍ବଦ୍ଧରେ ଉଦାହରଣ ଦେଇଥିଲେ. ପରେ ମହାବିଦ୍ୟାଳୟ ରୁ ଯାଇଥିବା ଛାତ୍ରୀମାନେ ଦୁଇଟି ଦେଶାତ୍ମା ସଂଗୀତ ଏ ଆର୍ଯ୍ୟ ଭୂମି ଆମ ମା ଓ ଏଇ ଦେଶ ଏଇ ମାଟି ମମତା ମୟୀ ମାଟି ପରିବେଷଣ କରି ମୁଗ୍ଧ କରିଥିଲେ. ପରେ Dr ପ୍ରଭାତୀ ମିତ୍ର ଓ ସ୍ୱମୁ ଜୀବନଥା ନନ୍ଦ ମରହ କଟକ ରାମକୃଷ୍ଣ mission ଆଶ୍ରମ ରୁ ଆସି. ଚରିତ୍ର ଗଠନ ହେଲେ ଦେଶ ଗଠନ ହୋଇ ପାରିବ ସୁନ୍ଦର ଭାବରେ ସ୍ୱାମୀଜୀ ଙ୍କ ବାଣୀ ଓ ଜୀବନରୁ ଉଦ୍ଧାର କରି ଗଳ୍ପ ମାଧ୍ୟମରେ ସରଳ ଭାବରେ ଉପସ୍ଥାପିତ କରିଥିଲେ.ପରେ ସ୍ୱାମୀ ତୁରିୟା ନନ୍ଦ ଭକ୍ତି ସଂଗୀତ ପରିବେଷଣ କରିଥିଲେ. Adhyaksh ସ୍ୱାମୀ ସୋମଦେବାନନ୍ଦ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ. ମୁଖ୍ୟ ଅତିଥି Dr ପ୍ରଭାତୀ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *