ଶ୍ରାବଣର ତୃତୀୟ ସୋମବାର ଘୋଘରଧାମରେ ୫୦,୦୦୦ ହଜାର ଭକ୍ତ କଲେ ଜଳାଭିଷେକ

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିକଟସ୍ଥ ଘୋଘରଧାମ୍ ରେ ଗତକାଲି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ପାଖାପାଖି ୫୦, ହଜାର ଭକ୍ତ ଜଳାଭିଷେକ କରିଥିଲେ। ଭକ୍ତ ମାନେ ସୁଦୂର ବେଦବ୍ୟାସ ତ୍ରୀବେଣୀନଦୀରୁ ଜଳଆଣି ଘୋଘରଧାମରେଥିବା ଶ୍ରୀ ଶ୍ରୀ ଘୋଘଡେଶ୍ବରବାବାଙ୍କୁ ଜଳାଭିଷେକ କରିଥିଲେ।କରୋନାକଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ହେଲା ଭକ୍ତମାନେ ଭଗବାନ ଙ୍କୁ ଦର୍ଶନ କରିପାରିନଥିଲେ, ଏବେ କରୋନାକଟକଣା ହଟିବା ପରେ ଉଶ୍ଚାହ ସହକାରେ ହଜାର ହଜାର ଭକ୍ତ ବହୁଦୁରଦୁରାନ୍ତରୁ ପ୍ରଭୁଙ୍କୁ ଜଳାଭିଷେକ କରିବା ପାଇଁ ଧାଇଁ ଆସିଛନ୍ତି । ଏହି ଜଳାଭିଷେକ ପାଇଁ ବାହାର ରାଜ୍ୟ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼,ରାଇପୁର ପ୍ରଭୃତି ରାଜ୍ୟରୁ ହଜାର ହଜାର ଭକ୍ତ ଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଭକ୍ତ ମାନେ କିପରି ଶାନ୍ତିଶୃଙ୍ଖଳା ରେ ଜଳାଭିଷେକ କରିବେ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ରାଜଗାଙ୍ଗପୁର ରେଲୱେ ଷ୍ଟେସନ ରେ ମଧ୍ୟ ଭକ୍ତ ମାନଙ୍କ ସୁବିଧା ପାଇଁ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *