ବାର୍ଷିକ ଜ୍ଞାନବିଜ୍ଞାନ ମେଳା ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ଗଁଦିଆ ପଟଣା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ପଟଣା ସରସ୍ୱତୀ ବିଦ୍ୟାମନ୍ଦିର ର ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ ବିଶ୍ଵନାଥ ଜେନା ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ସଭାପତି ଅନନ୍ତ ଚରଣ ଶତପଥି, ଉପ ସଭାପତି କେଶବ ଚନ୍ଦ୍ର ସାହୁ, ସମ୍ପାଦକ ଛାୟାକନ୍ତା ସାହୁ, କୋଷାଧକ୍ଷ ମୁରଲୀଧର ସାହୁ, ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ କୁମାର ରାଉତ, ବରିଷ୍ଠ ଅଚର୍ଯ୍ୟ ଶାନ୍ତନୁ କୁମାର ନାୟକ ଏବଂ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାନେ ଉକ୍ତ କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିଥିଲେ l ମୋଟ ଶିଶୁ ବର୍ଗ ଭାଇ ଭଉଣୀ 52 ଟି ପ୍ରକଳ୍ପ ଓ ବାଲ ବର୍ଗ ର 22 ଟି ପ୍ରକଳ୍ପ ପଦର୍ଶନ କରିଥିଲେ l ଏଥିରେ ଶିଶୁମନ୍ଦିର ର ସମସ୍ତ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *