ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଖସିଲା ଚୂନ

Spread the love
ପୁରୀ,(ନାଗରାଜ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ଶ୍ରୀ  ଜଗନ୍ନାଥ  ମନ୍ଦିରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ଏକ ଚୂନ ଖଣ୍ଡ ଖସିବା ପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇନାହିଁ । ତେବେ କେତେକ ଗର୍ଭଗୃହରେ ଖସିପଡ଼ିଥିବା ଖଣ୍ଡଟି ଚୂନ ନୁହେଁ,   ପଥର ହୋଇପାରେ ବୋଲି ଦାବି କରୁଛନ୍ତି। ଖସିପଡ଼ିଥିବା ଚୂନ ଖଣ୍ଡର ଓଜନ ପ୍ରାୟ ଦେଢ଼ କିଲୋର ହେବ ବୋଲି କୁହାଯାଉଛି । ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ ବୋଲି ସୂଚନା ରହିଛି । ଏହି ଘଟଣା ଦୁଇ ଦିନ ତଳର ବୋଲି ଜଣାପଡ଼ିଛି। ତେବେ ଏପରି କାର୍ଯ୍ୟ ବାରମ୍ଭାର ଘଟିବା ପରେ ମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *