ଶ୍ରମିକ ନେତା ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ କର୍ମଚାରୀ ସଂଘ,ମେହେନ୍ତର୍ ସଂଘ କଟକ ନାଗରିକ ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ସିଂ ଙ୍କ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ବୁଧୁବାର ଦିନ ସହିଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଶ୍ରମିକ ସଂଗଠନ ର ନେତା ପୂର୍ବତନ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ବର୍ଗତ ସିଂ ଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପ୍ରାରମ୍ଭରେ ସ୍ବର୍ଗତ ସିଂ ଙ୍କର ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

କଟକ ମେୟର ସୁବାସ ସିଂ ଙ୍କ ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ AITUC ର ସର୍ବ ଭାରତୀୟ ନେତା ତଥା ପୂର୍ବତନ ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ ହିନ୍ଦ୍ ମଜଦୂର ସଭାର ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର ବିଧାୟକ ଇଂଜିନିୟର ମହ୍ମଦ ମୋକୀମ,ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ପ୍ରଭାତ ତ୍ରିପାଠୀ,ସମାଜ ସେବୀ ଚିତ୍ତରଞ୍ଜନ ମହାନ୍ତି,ଉତ୍କଳ ସମ୍ମିଳନୀ କଟକ ଶାଖାର ସଭାପତି ଡକ୍ଟର ରବିରଞ୍ଜନ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ସ୍ବର୍ଗତ ସିଂ ଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସେ ଏକାଧାରରେ ଜଣେ ସମାଜ ଦେବୀ ଏବଂ ଶ୍ରମିକ ନେତା ଭାବରେ ପରିଚିତ।ରାଜନୈତିକ ନେତା ଅପେକ୍ଷା ସେ ଶ୍ରମିକ ନେତା ଭାବରେ ଅଧିକ ପରିଚିତ ଥିଲେ।ସେ ବହୁ ଜାତୀୟ ଏବଂ ଆନ୍ତର୍ଜାତିକ ଶ୍ରମିକ ସମ୍ମିଳନୀରେ ଯୋଗଦେଇ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଜର ମତାମତ ଉପସ୍ଥାପନ କରିଥିଲେ।ଓଡ଼ିଶାରେ ପ୍ରାୟ 50 ଟି ଉର୍ଦ୍ଧ୍ବ ଶ୍ରମିକ ସଂଗଠନ ସହ ଓତ ପ୍ରୋତ୍ ଭାବେ ଜଡ଼ିତ ଥିଲେ।ତାଙ୍କର ବିୟୋଗରେ ଶ୍ରମିକ ସଂଗଠନ ଗୁଡ଼ିକର ଅପୂରଣୀୟ କ୍ଷତି ଘଟିଲା।ପ୍ରଶାନ୍ତ ଦାସ,ଗିରିବାଳା ବେହେରା, ଯୁଗୋଳ ନାୟକ,ମଧୁସୂଦନ ସାହୁ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟାଙ୍କ୍ କର୍ମ ଚାରି ନେତା ଓ ଶ୍ରମିକ ସଂଗଠନ ନେତା ମାନେ ସ୍ବର୍ଗତ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *