କଟକ,(ନାଗରାଜ ନ୍ୟୁଜ): କଟକରେ ପାଦ ରଖି ପାରିବେନି ବିଜେଡି ଓ ବିଜେପି ନେତା । ପାଦ ରଖିବା ପୂର୍ବରୁ ଶହେ ଥର ଭାବିବେ ଉଭୟ ଦଳ। ତୀବ୍ର ବିରୋଧର ସମ୍ନା କରିବେ ଉଭୟ ଦଳ। ତେବେ ଆଜି ଦର ଦାମ ବୃଦ୍ଧି ଆନ୍ଦୋଳନ ସମୟରେ ଏପରି ଚେତାବନୀ ଦେଇଛି କଂଗ୍ରେସ। ଆସନ୍ତା 8 ତାରିଖ ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ସାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବାକୁ ଥିଲା ବେଳେ ତାହା ପୂର୍ବରୁ ଏପରି ଚରମ ବାଣୀ ଶୁଣାଇଛି କଂଗ୍ରେସ। ତେବେ ଦୀର୍ଘଦିନ ଧରି ଉଭୟ କେନ୍ଦ୍ର ରେ ରାଜ୍ୟରେ ଶାସନ କରିବା ପରେ ଦେଶ ରେ ରାଜ୍ୟ ରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଦାୟୀ ହୋଇଛନ୍ତି ଉଭୟ ସରକାର । ବର୍ତ୍ତମାନ ଦର ଦାମ ବୃଦ୍ଧି , ଉତ୍କଟ ବେକାରୀ, ସମସ୍ୟା ଆଦି ଦୃଷ୍ଟି ଗୋଚର ହେଉଛି। ଯାହାପାଇଁ କେବଳ ଉଭୟ କେନ୍ଦ୍ର ଓ ରାଜ୍ୟ ଦାୟୀ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ।