ନନ୍ଦନକାନନ ର ନୂଆ ଅତିଥି, ଗୟଳ ଛୁଆ

Spread the love

ଭୁବନେଶ୍ୱର,୯।୯ (ଏନ ନ୍ଯୁଜ୍‌) କରୋନା ମହାମାରି କାଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଥିବା ବେଳେ ୪୩ ନମ୍ବର ଖୁଆଡ଼ ମଧ୍ୟରେ ନୂଆ ଅତିଥି ଭାବେ ଜନ୍ମ ନେଇଛି ଏକ ଭାରତୀୟ ଗୟଳ ଛୁଆ | ମା ଗୟଳଟି ତା ପ୍ରଥମ ଗର୍ଭରୁ ଜନ୍ମିତ ଛୁଆଟିକୁ ଜିଭରେ ଲେହ କରି କ୍ଷୀର ପାନ କରାଇ ଯତ୍ନ ନେଉଛି। ନନ୍ଦନକାନନର ଗୟଳ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ଏହା ମଧ୍ୟରେ ୨ଟି ଲେଖାଏଁ ପୁରୁଷ, ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଛୁଆଟି ଅଛି।

Leave a Reply

Your email address will not be published. Required fields are marked *