ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ପ୍ରତୀକ୍ଷା ଶେଷ

Spread the love

ମୁମ୍ବାଇ,(ନାଗରାଜ ନ୍ୟୁଜ): ମହାରାଷ୍ଟ୍ରରେ କ୍ଷମତା ଓଲଟପାଲଟ ପରେ କ୍ୟାବିନେଟ ସଂପକ୍ରସାରଣ ନେଇ ପ୍ରତୀକ୍ଷା ଶେଷ ହୋଇଛି । ଆଜି ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ଶପଥ ଗ୍ରହଣ ପୂର୍ବାହ୍ନ ୧୧ଟାରେ ରାଜଭବନରେ ହୋଇପାରେ । ଏହା ପରେ ଅଗଷ୍ଟ ୧୦ରୁ ୧୭ ଯାଏଁ ମୌସୁମୀ ଅଧିବେଶନ ହେବାର ଆଶଙ୍କା ରହୁଛି ।

ବିଜେପିର ବରିଷ୍ଠ ନେତା ସୁଧୀର ମୁନଗଟିୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରୀଶ ମହାଜନ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହା ବ୍ୟତୀତ ଅନ୍ୟ ନେତାମାନେ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ଏଥିରେ ରାଧାକୃଷ୍ଣ ବିଖେ ପାଟିଲ, ସୁରେଶ ଖାଡେ, ଅତୁଲ ମୋରେଶ୍ୱର ସାଭେ, ମଙ୍ଗଲ ପ୍ରଭାତ ଲୋଧା, ବିଜୟକୁମାର ଗାଭିତ ଓ ରବୀନ୍ଦ୍ର ଚହ୍ୱାଣ ସାମିଲ ରହିଛି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀରୁ ରଘୁନାଥ ପାଟିଲ, ସଦା ସର୍ଭେକର ଓ ଦୀପକ ବସନ୍ତ କେସରକର ଆଜି ଶପଥ ନେଇପାରନ୍ତି । ଏହା ବ୍ୟତୀତ ଜଣେ ମହିଳା ବିଧାୟକ ସମେତ ୨ ଜଣ ଅନ୍ୟ ବିଧାୟକ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *