ଭାରତ ସରକାରଙ୍କର ମ୍ୟାଜିକ ବୁକ୍ ଅଫ୍ ରେକର୍ଡ୍ ରେ ଓଡ଼ିଆ ଯୁବକଙ୍କର ସଫଳତା

Spread the love

କଟକ,(ନାଗରାଜ ନ୍ୟୁଜ): ଭାରତ ସରକାରଙ୍କର ମ୍ୟାଜିକ ବୁକ୍ ଅଫ୍ ରେକର୍ଡ୍ ରେ ଓଡ଼ିଆ ଯୁବକଙ୍କର ସଫଳତା ମିଳିଛି । ଯୁବ ଶିଳ୍ପୀ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ଏହି ସଫଳତା ହାସଲ କରିଛନ୍ତି । ଶ୍ରୀ ନାୟକ ତାଙ୍କର ନିପୂଣ କଳାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ଏକ ରଥ ନିର୍ମାଣ କରି ମ୍ୟାଜିକ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି । ତାଙ୍କର ଏହି କଳା କୃତି ପାଇଁ ତାଙ୍କୁ ଶ୍ରେଷ୍ଠ କଳା କୃତୀ ଭାବରେ ମ୍ୟାଜିକ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ଶ୍ରେଷ୍ଠ କଳାକାର ଭାବରେ ପୁର ସ୍କୃତ କରିବା ସହ ମାନ୍ୟତା ମିଳିଛି।ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯୁବକ ଯେ କି ଏହି ପୁରସ୍କାର ର ହକଦାର ହୋଇଛନ୍ତି । ଶ୍ରୀ ନାୟକ କଟକ ର ବିଦ୍ୟାଧର ପୁର ସ୍ଥିତ ଗୌତମ ନଗର ବାସିନ୍ଦା ଅଟନ୍ତି । ପିଲାଟି ଦିନରୁ ତାଙ୍କର କଳା କୃତୀ ପ୍ରତି ବିଶେଷ ଆଗ୍ରହ ପ୍ରକାଶ ପାଇଥିଲା । ତାଙ୍କର ଏହି କଳା କୃତୀ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇ ଆସିଛି । ଶ୍ରୀ ନାୟକ ପ୍ରଥମ ଓଡ଼ିଆ ଯୁବକ ଭାବରେ ମ୍ୟାଜିକ ବୁକ୍ ଅଫ୍ ରେକର୍ଡସ୍ ଦ୍ଵାରା ପୁରସ୍କୃତ ହୋଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *