ତୀବ୍ର ହେବାରେ ଲାଗିଛି କଂଗ୍ରେସର ଗୋଷ୍ଟୀ କନ୍ଦଳ

Spread the love

କଟକ,(ନାଗରାଜ ନ୍ୟୁଜ): କଂଗ୍ରେସ ଦଳରେ ଗୋଷ୍ଟୀ କନ୍ଦଳ ଦିନ କୁ ଦିନ ତୀବ୍ରତର ହୋଇଉଠିଛି। ନିକଟରେ କଂଗ୍ରେସ ଦଳର କେତେକ କର୍ମୀ ଦଳ ତ୍ୟାଗ କରିଛନ୍ତି। ମୁଁ ଏହି ଗୋଷ୍ଠୀ କନ୍ଦଳ ଏବଂ ମୋ ବିରୁଦ୍ଧରେ ସଡଯନ୍ତ୍ର କରାଯାଇ ମୋତେ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ହଟାଇ ଦିଆ ଗଲା। ମୁଁ କୌଣସି ପଦ ପଦବୀରେ ଲାଳାୟିତ ନୁହେଁ। ମୁଁ ଜଣେ ଶୃଙ୍ଖଳିତ କଂଗ୍ରେସ କର୍ମୀ ଭାବରେ ଅତୀତରେ ଏବଂ ବର୍ତ୍ତମାନ ଭବିଷ୍ୟତରେ କାର୍ଯ୍ୟ କରିବି। ମୁଁ ଏବେ ଦଳରେ ଅଛି। ମୋ ପ୍ରତି ଯେଉଁ ଅବିଚାର କରାଗଲା ସେ ସମ୍ପର୍କରେ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜଣାଇବି।ମୋତେ କାହିଁକି ପଦବୀରୁ ହଟାଇ ଦିଆଗଲା ତାହା କାରଣ କଣ ମୁଁ ଜାଣି ନାହିଁ। ମୋ ବିରୁଦ୍ଧରେ ବିଦ୍ଧିବଦ୍ଧ ଭାବରେ ସଡ ଯନ୍ତ୍ର କରାଯାଇଛି। ସୁରେଶ ମହାପାତ୍ର ମୋର ଅନ୍ତରଙ୍ଗ ବନ୍ଧୁ।ଆମେ ମିଳି ମିଶି ଅତୀତରେ କାର୍ଯ୍ୟ କରିଆସିଛୁ ଏବଂ ଭବିଷ୍ୟତରେ ମଧ୍ୟ କରିବୁ ବୋଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସଭାପତି ଗୀରିବାଳ ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଛନ୍ତି। ଏଠାରେ ସୂଚାଇ ଦିଆ ଯାଇପାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୀରିବାଳା ବେହେରାଙ୍କୁ ହଟାଇ ଦିଆ ଯାଇ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ଅବସ୍ଥାପିତ କରାଯାଇଛି ।

Leave a Reply

Your email address will not be published. Required fields are marked *