ପୁରୀରେ ଅହିଂସା ରଥକୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା

Spread the love

ପୁରୀ,(ନାଗରାଜ ନ୍ୟୁଜ): ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ଅବଦାନ କୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟକୁ ପରିକ୍ରମଣ କରିବା ଲକ୍ଷ୍ୟ ରେ ପ୍ରସ୍ତୁତ ଅହିଂସା ରଥ ଆଜି ପୁରୀ ସହରରେ ପହଞ୍ଚି ଥିଲା। ଅଠରନଳା ଠାରେ ପୁରୀ ମୁନିସିପାଲ୍ଟି ପକ୍ଷରୁ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଅହିଂସା ରଥକୁ ବିପୁଳ ସ୍ୱାଗତ କରିଥିଲେ। ପରେ ଶରଧାବାଲିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ବର ମହାନ୍ତି,ପୂର୍ବ ତନ ପୌରପାଳ ଅନୁ ପ୍ରଧାନ,ଶାନ୍ତି ଲତା ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଜନତା ଅହିଂସା ରଥକୁ ସ୍ୱାଗତ କରିଥିଲେ। ପରେ ପରେ ଜିଲ୍ଲା ସ୍କୁଲ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, କ୍ରୀଡା ଅଧିକାରୀ ଶ୍ରୀ ଚନନ୍ଦ କୁମାର ସାହୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ବିପୁଳ ସ୍ୱାଗତ କରିଥିଲେ । ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ଅହିଂସା ରଥ ସମଗ୍ର ପୌରାଚଂଳ ପରିକ୍ରମା କରିବା ସହ ଭିଡ଼ିଓ ପ୍ରଦର୍ଶନ କରିଥିଲା। ପୂର୍ବରୁ ଏହି ରଥ ପୁରୀ ସଦର ବ୍ଲକ ର ବିଭିନ୍ନ ସ୍ଥାନରେ ଭିଡ଼ିଓ ପ୍ରଦର୍ଶନ କରିଥିଲା। ସେହିପରି ଅନ୍ୟ ଅହିଂସା ରଥ କୃଷ୍ଣ ପ୍ରସାଦ ଓ ବ୍ରହ୍ମଗିରି ବ୍ଲକ ର ବିଭିନ୍ନ ଅଚଂଳ ପରିକ୍ରମା ସହ ଭିଡ଼ିଓ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ର ସ୍ମୃତି ଚାରଣ କରାଇଥିଲା। ସମସ୍ତ ସ୍ଥାନରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହ ପ୍ରତ୍ୟେକ ଲୋକ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *