୩୫ଟି ଜାଗାଘରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସହରର ୩୫ ଟି ଜାଗା ଘର କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଆଜି ସଂଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହି ଆର୍ଥିକ ସହାୟତା ପ୍ରଦାନ କରିବା ସହ ପୁରୀର ଜାଗାଘର ଓ ଆଖଡା ସଂସ୍କୃତି ବହୁ ପ୍ରାଚୀନ। ଏହା ଶୃଙ୍ଖଳା ଓ ସାହସ ର ପ୍ରତୀକ ବୋଲି କହିଥିଲେ। ପ୍ରଦାନ କରାଯାଉଥିବା ଅର୍ଥ ରେ ସମ୍ପୃକ୍ତ ଜାଗା ଘରର ଉନ୍ନତି କରାଗଲେ ସେଠାରେ ଜିମ୍ ର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ପୁରୀ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଜାଗାଘର ଆମ ଗୌରବର ପରିଚୟ । ମୁକ୍ତା ଯୋଜନା ରେ ଏହାର ବିକାଶ କୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ବିଭିନ୍ନ ଜାଗା ଘରର ସଭାପତି, ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *