ପାଣି ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଅଧିନ କୋଚିଆକୋଇଲି ଗୋଳାଗଢିଆ ଗାଁର ସୁରେନ୍ଦ୍ର ଦାସଙ୍କ ୩୨ବର୍ଷୀୟ ପୁଅ କୈଳାଶ ଦାସଙ୍କର ସୋର -କୁପାରୀ ରାସ୍ତାର କୋଚିଆକୋଇଲି ଛକ ନିକଟରେ ଥିବା ପାଣି ନାଳରୁ ମୃତଦେହ ଉଦ୍ଧାର ହୋଇଛି।ଅଭିଯୋଗ ଅନୁଯାଇ କୈଳାସ ଗତକାଲିଠାରୁ ନିଖୋଜ ଥିଲେ।ହେଲେ ଆଜି କୈଳାସଙ୍କ ମୃତ ଦେହ କୋଚିଆକୋଇଲି ନିକଟରେ ଏକ ପାଣି ନାଳରେ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖି ପରିବାରଙ୍କ ସମେତ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇବା ସହିତ ଅଧିକ ତଦନ୍ତ ଚଳାଇଛି।କୈଳାଶଙ୍କ ମୁଣ୍ଡରେ ଗଭୀତ ଆଘାତ ଲାଗିଥିବା ସହିତ ପାଟିରୁ ରକ୍ତ ଶ୍ରାବ ହେଉଥିବା ବେଳେ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *