ବନ୍ୟା ଅଞ୍ଚଳ ପରିଦର୍ଶନ କଲା ବିଜେପି ଟିମ୍

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ନଦୀ ବନ୍ୟା ପାଣି ଘେରରେ ଥିବା ଗାଁ ଲୋକଙ୍କ ପାଖରେ ପହଞ୍ଚିଲା ବିଜେପି ଟିମ୍ । ବାଲିଆପାଳ ବ୍ଲକରେ ୧୮ଟି ପଂଚାୟତ ୬୦ ଗ୍ରାମରେ ଲୋକଙ୍କ ପାଇଁ ରହିବା, ଖାଇବା, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆସିବା, ଘରର ଆସବାପତ୍ର ଧରି ଅନ୍ୟତ୍ର ଯିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଅଛି, ତାହା କେବଳ ଖାତା କଲମରେ ଚାଲିଛି ବୋଲି ବାଲେଶ୍ୱର ବିଜେପି ଜିଲ୍ଲା ସଭାପତି କହିଛନ୍ତି । ମନ୍ତୀ ପ୍ରତାପ ଦେବ କହୁଛନ୍ତି ବନ୍ୟା ଅଂଚଳ ପାଇଁ ସମସ୍ତ ସୁବିଧା ସରକାରଙ୍କ ତରଫରୁ କରାଯାଇଛି । କେଉଁଠି ଖାଦ୍ୟର ବ୍ୟବସ୍ଥା ନାହିଁ ତ କେଉଁଠି ଯିବା ଆସିବାରେ ବ୍ୟବହୃତ ଡ଼ଙ୍ଗାଟି ଅକାମି । ପ୍ରଶାସନ ଖାଲିଟାରେ ଲୋକଙ୍କୁ ଭୁଆ ବୁଲାଉଛି ।

ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଉପ ସଭାପତି ତଥା ବସ୍ତା ସାଂସଦଙ୍କ ପ୍ରତିନିଧି ପ୍ରଦୀପ ପଣ୍ଡା, ପୂର୍ବତନ ମନ୍ତୀ ରଘୁନାଥ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ବାଲିଆପାଳ ବ୍ଲକ ସାଂସଦଙ୍କ ପ୍ରତିନିଧି ମହେଶ୍ୱର ଜେନା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ଗଗନ ସାହୁ, ସତ୍ୟାନନ୍ଦ ମହାନ୍ତି, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ସତ୍ୟରଞ୍ଜନ ମିଶ୍ର, ଯୁବ ନେତା ବିକାଶ ଗିରି, ଅଞ୍ଜନ ଗିରି, କ୍ଷିତୀଶ ଜେନା, ଖଗେନ୍ଦ୍ର ନାୟକ, ଦେବେନ୍ଦ୍ର ପିଳା, ଜଗବନ୍ଧୁ ମଲ୍ଲିକ, ରାଜ୍ୟ ନେତା ଶୁଭଙ୍କର ମହାପାତ୍ର, ଜିଲ୍ଲା ନେତ୍ରୀ ମାଳତୀ ନାୟକ ବାଲେଶ୍ୱର ବିଜେପି ଟିମ ସହିତ ବସ୍ତା, ବାଲିଆପାଳ ବ୍ଲକ ଟିମ ଜିଲ୍ଲାପାଳ, SRC, BDO, ତହସିଲଦାରଙ୍କ ସହିତ ବନ୍ୟା ପାଣିରେ ପ୍ରଭାବିତ ଲୋକଙ୍କ ପାଇଁ କ’ଣ ସୁବିଧା ହେଇଛି ଆଉ କ’ଣ ସୁବିଧା ପାଇଁ ଯୋଜନା ଚାଲିଛି ତାହା ଆଲୋଚନା କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *