କଟକ ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଅଭିନବ ଉପାୟରେ ପ୍ରତିବାଦ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ପ୍ରତିବାଦ କରି ସହରବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଏକ ଅଭିନବ ଉପାୟରେ ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ପ୍ରତିବାଦ କରାଯାଇଛି।ସାମାଜିକ ସଂଗଠନ ସୁବାସ ସଂଗଠନ ପକ୍ଷରୁ ବିପର୍ଯ୍ୟସ୍ତ ରାସ୍ତା ପାଇଁ ସରକାର ଙ୍କ ର ପୂର୍ତ୍ତ ବିଭାଗକୁ ଦାୟୀ କରାଯାଇଛି। ସଂଗଠନ ପକ୍ଷରୁ ଆଜି ମଙ୍ଗଳା ବାସ ଅଞ୍ଚଳର ରିଙ୍ଗ ରୋଡ ଠାରୁ ସଦସ୍ୟ ମାନେ ଗଡି ଗଡି ପ୍ରତିବାଦ ଜଣାଇଥିଲେ । ସଂଗଠନର ସଭାପତି ଆଶୁତୋଷ ଦାସ ଏବଂ ସମ୍ପାଦକ ସୁରେଶ ମହାନ୍ତି ଙ୍କ ନେତୃତ୍ୱରେ ସଦସ୍ୟ ମାନେ ରାସ୍ତାରେ ଗଡି ଗଡି ରିଙ୍ଗ ରୋଡ ଠାରେ ବିପର୍ଯ୍ୟସ୍ତ ରାସ୍ତା ପାଇଁ ପ୍ରତିବାଦ ମଙ୍ଗଳାବାଗ ଠାରୁ ବାହାରି ମାତା ମଠ ଠାରେ ଶେଷ ହୋଇଥିଲା।ରାସ୍ତାର ଉଭୟ ପାର୍ଶ୍ବରେ ପ୍ରତିବାଦର ବହୁ ଜନ ସମର୍ଥନ ଦେଖିବାକୁ ମିଳିଥିଲା।ବିପର୍ଯ୍ୟସ୍ତ ରାସ୍ତା ପାଇଁ ଏଭଳି ଏକ ଅଭିନବ ଉପାୟରେ ପ୍ରଥମ ଥର ପାଇଁ ଦେଖା ଯାଇଥିଲା।ସହର ବାସୀ ବିପର୍ଯ୍ୟୟ ରାସ୍ତା ପାଇଁ ଅତିଷ୍ଠ ହୋଇ ପଡିଲେଣି।କୌଣସି ଗୋଟିଏ ରାସ୍ତା ବି ଠିକ୍ ସ୍ଥିତିରେ ନାହିଁ। କେବଳ ତାଳ ଦଣ୍ଡା କେନାଲ କୁ ଛାଡ଼ିଦେଲେ ଯୋବ୍ରା ଠାରୁ ରାଣୀହାଟ ସବୁ ଅଞ୍ଚଳରେ ରାସ୍ତା ଗୁଡ଼ିକ ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି।ସବୁ ରାସ୍ତାରେ ଖାଲ ଢିପ ବଡ ବଡ ଗାତ ବି ରହିଛି।ଯେଉଁ ରାସ୍ତାରେ ଗଲେବି ଦୁର୍ଘଟଣା ଭୟ ରହିଛି। ତେଣୁ ସୁବାସ ସଂଗଠନ ପକ୍ଷରୁ ଆଜି ଗଡି ଗଡି ବିପର୍ଯ୍ୟସ୍ତ ରାସ୍ତା ପାଇଁ ପ୍ରତିବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *