୨୦୦ରୁ ଉର୍ଦ୍ଧ୍ଵ ପ୍ରତିଭା ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜିର ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଅନ୍ନପୂର୍ଣ୍ଣା ପ୍ରେକ୍ଷାଳୟ,ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ,ସୁଲେଖକ ତଥା ପ୍ରାକ୍ତନ ସାଂସଦ ଭୁବନେଶ୍ଵରର ଶ୍ରୀଯୁକ୍ତ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି, ବିଧାୟକ ପୁରୀ ସଦର ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ଉଦଘାଟକ ,ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ପୁରୀ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ନାୟକ ମୁଖ୍ୟବକ୍ତା , ସଂସ୍କୃତି ବିଭାଗର ରାଜ୍ୟ ସଂଯୋଜକ ବାସୁଦେବ ମାଲବିଶୋଇ , ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀ ,ଅବସର ପ୍ରାପ୍ତ ମୁଖଯନ୍ତ୍ରୀ ଓ ସମାଜ ସେବୀ ମୁରଲୀଧର ସେଠୀ,ପ୍ରାଚୀ ସଂସ୍କୃତି ଗବେଷକ ଓ ସୁଲେଖକ ଶ୍ରୀଯୁକ୍ତ ହଂଶନାଥ ସାହୁ, ଅବସର ପ୍ରାପ୍ତ ସମୁଦ୍ର ବିଜ୍ଞାନୀ ଶ୍ରୀଯୁକ୍ତ ଯୋଗେଶ ଚନ୍ଦ୍ର ମହାପାତ୍ର ଏବଂ ତୁଳସୀ କ୍ଷେତ୍ରର ସମ୍ପାଦକ ସୁଦର୍ଶନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଶିଷ୍ଟ ତଥା ବରିଷ୍ଠ କଳା ଓ ସାମାଜିକ ପୃଷ୍ଟ ଭୂମି ଉପରେ କାର୍ଯ୍ୟକରୁଥିବା ପ୍ରତିଭା ଦିପ୍ତ ସାମ୍ବାଦିକ ସମେତ ସମାଜ ସେବା,ଶିକ୍ଷା ,କବି,ଲେଖକ ,ସହିତିକ,ଯୋଗ ଓ ଲୋକକଳା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ ପ୍ରତିଭା ମାନଙ୍କୁ ମାନ ପତ୍ର ଓ ଉତ୍ତରୀୟ ଦେଇ ରାଜ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ବିଜୟ କୁମାର ମିଶ୍ର ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଆଇନୀଜିବୀ ଅବଦୁଲ ବାରି ଏବଂ ଲକ୍ଷ୍ମପ୍ରିୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାପତି ଅମିଲ ପଟେଲ ,ପଶୀମ ଓଡ଼ିଶା ସମ୍ପାଦକ ମୀନକେତନ ପ୍ରଧାନ , ରାଜ୍ୟ ସଂଗଠନ ସମ୍ପାଦକ ପ୍ରବୀର ପାତ୍ର,ଜିଲ୍ଲା ସଭାପତି ଅଶୋକ ନାୟକ, ଉନ୍ନୟନ ସମ୍ପାଦକ ତଥା ସାମ୍ବାଦିକ ବିନୋଦ କୁମାର ଭୋଇ, ଉପସଭାପତି ପ୍ରଦୀପ୍ତ ନନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖାର ସଭାପତି ତଥା ମହାସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶରତ କୁମାର ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *