ଟାଏକୋଣ୍ଡୋ ବ୍ଲାକ ଵେଲ୍ଟ ଓ ଜାତୀୟ ରେଫରୀ ସାର୍ଟିଫିକେଟ ପ୍ରଦାନ ଉତ୍ସବ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଚଳିତମାସ ଅଗଷ୍ଟ ତା ୨୮ ରିଖ ଦିନ ରାଣୀ ସତୀ ଭବନ ଠାରେ ଥିବା, ଟାଏକୋଣ୍ଡୋ ଟ୍ରେନିଂ ସେଣ୍ଟର୍ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ଦ୍ୱାରା ବ୍ଲାକ ଵେଲ୍ଟ ଓ ଜାତୀୟ ରେଫେରୀ ସାର୍ଟିଫିକେଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର କୋଷାଧ୍ୟକ୍ଷ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ତତ୍ ସହ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ରାଧା ରମଣ ସ୍ୱାଇଁ , ଶ୍ରୀକ୍ଷେତ୍ର ଟ୍ରକ୍ ସଂଘ ପରିଚାଳକ ସମ୍ପାଦକ ଶ୍ରୀ ଅମିତ୍ ଅରୁଣ ବିଶ୍ଵାଳ ଓ ସଂଘ କୋଷାଧ୍ୟକ୍ଷ ଶ୍ରୀ ଅମିୟ ଜେନା ଓ ପୁରୀ ଜିଲ୍ଲା ଟାଏକୋଣ୍ଡୋ ସଂଘ ର ସଭାପତି ଶ୍ରୀ ଧବଳେଶ ମହାପାତ୍ର ଏବଂ ସମାଜ ସେବୀ ଓ ପରାମର୍ଶଦାତା ଶ୍ରୀ ସନ୍ତୋଷ ଚନ୍ଦୁକା ସମ୍ମାନ ଅତିଥି ବାବେ ଆମନ୍ତ୍ରିତ ହୋଇଥିଲେ।

କ୍ରୀଡାବିତ୍ ମାନଙ୍କ ମଧ୍ୟରୁ , ଦୀପକ କୁମାର ପ୍ରଧାନ, ସୁମିତ୍ରା ପ୍ରଧାନ, ସୀମା କୁମାରୀ ହାଁସଦା, ସଂଯୁକ୍ତା ବରାଳ, ସନ୍ ତ୍ରିପାଠୀ, ମୋନିକା ପଲେଇ, ଅପର୍ଣ୍ଣା ସାହୁ, ପ୍ରୀୟାନ୍ସୁ ସ୍ୱାଇଁ, ଦିବ୍ୟା ସାହୁ, ପ୍ରାତୀକ୍ ବେହେରା , ଲକ୍ଷ୍ମୀ ରାଣୀ ଦଳେଇ ,ଶ୍ରେୟାସ ମହାପାତ୍ର ଓ ଲିପିକା ପଲେଇ ଙ୍କୁ ବ୍ଲାକ ବେଲଟ୍ ସହ ଜାତୀୟ ରେଫେରୀ ସାର୍ଟିଫିକେଟ ମୁଖ୍ୟ ଅତିଥି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ରାଧା ରମଣ ସ୍ୱାଇଁ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀକ୍ଷେତ୍ର ଟ୍ରକ୍ ସଂଘ ପରିଚାଳକ ସମ୍ପାଦକ ଶ୍ରୀ ଅମିତ୍ ଅରୁଣ ବିଶ୍ଵାଳ ଓ ସଂଘ କୋଷାଧ୍ୟକ୍ଷ ଶ୍ରୀ ଅମିୟ ରଂଜନ ଜେନା କ୍ରୀଡାବିତ୍ ମାନଙ୍କୁ ଉତ୍ସାହ କରିବା ସହ କିଛି ଗରିବ ପିଲାଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ କରିଥିଲେ। ଶେଷରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ସମସ୍ତ ଅତିଥି ଗଣ ଙ୍କୁ ସମ୍ମାନିତ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *