ହାଇସ୍କୁଲ ପରିସରରେ ଚାଟ ବେପାରିଙ୍କୁ ଅନୁମତି ଦେଲା କିଏ ?

Spread the love

ଖଇରା, (ନାଗରାଜ ନ୍ୟୁଜ): ସ୍କୁଲ ଗେଟ୍ ରେ ତାଲା ପକାଇ ଚାଟ ବେପାର ଚାଲୁଛି ହାଇସ୍କୁଲ କ୍ୟାମ୍ପସ୍ ଭିତରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲ ପ୍ରାଙ୍ଗଣରେ। ଗେଟ୍ ରେ ଭିତରପଟୁ ତାଲା ପକାଇ ଜଣେ ଚାଟ ବେପାରୀ ଗେଟ୍ ଭିତରେ ବେପାର କରୁଥିବା ଭିଡିଓ ଏବେ ଭାଇରାଲ ହୋଇଥିବା ଦେଖାଯାଇଛି।ଚାଟ୍ ବାଲା ବିକ୍ରି କରୁଥିବା ଖାଦ୍ୟର ମାନ ପରୀକ୍ଷା କରାଯାଇଛିକି ନାହିଁ ?ଗେଟ୍ ଭିତରେ ତାଲାପକାଇ ବେପାରର ଉଦ୍ଦେଶ୍ୟ କଣ ?ଏଭଳି କାର୍ଯ୍ୟ କାହା ଅନୁମତିରେ କରାଯାଇଛି ?ଚାଟ୍ ବେପାରୀ ସ୍କୁଲ କର୍ତୃପକ୍ଷଙ୍କୁ ହାତଗୁଞା ଦେଉଛି କି ?ବିକ୍ରି ହେଉଥିବା ଖାଦ୍ୟ ଖାଇ ପିଲା ଅସୁସ୍ଥ ହେଲେ ଦାୟୀ କିଏ ହେବ?ଏହି କାର୍ଯ୍ୟକୁ ଉଚ୍ଚ କର୍ତୃପକ୍ଷ ଅନୁମତି ଦେଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠିଲାଣି।ଚାଟ୍ ଖାଇବାକୁ ସ୍କୁଲ ପିଲାମାନଙ୍କ ଭିଡ ପରିଲଖିତ ହୋଇଛି।ଏ ସମ୍ପର୍କରେ ଜଣେ ଏବିଇଓ ଙ୍କୁ ପଚାରିବାରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିବା ସହ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି।ତା ସହ ଏଭଳି ଅନୁମତି ଦିଆଯାଇ ନ ଥିବା ସୂଚନା ଦେଇଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *