ରାଜ୍ୟ ସରକାରଙ୍କ ୨୨ ବର୍ଷ ଶାସନରେ ୨୨ଟି ପ୍ରଶ୍ନ ପଚାରିଲା କଟକ ଭାରତୀୟ ଜନତା ଯୁବମୋର୍ଚ୍ଚା

Spread the love

କଟକ,(ନାଗରାଜ ନ୍ୟୁଜ):  ବିଜେପି କଟକ ନଗର ଯୁବମୋର୍ଚ୍ଚା ସଭାପତି ସତ୍ୟ ବ୍ରତ ମିଶ୍ର ଙ୍କ ନେତୃତ୍ୱରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶାରେ ୨୨ ବର୍ଷ ଧରି ଜଣେ ହିଁ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଅଛନ୍ତି, ଯେ ନିଜକୁ 1 ନମ୍ବର ସରକାର କହିବାର ଡିଣ୍ଡିମ ପିଟୁଛନ୍ତି, ଦୁଇ ଦଶନ୍ଧି ଶାସନ ଏବଂ ରାଜନୈତିକ ସ୍ଥିରତା ସତ୍ୱେ ଓଡ଼ିଶାର ଅଭିବୃଦ୍ଧି କଚ୍ଛପ ଗତିରେ ଚାଲିଥିବାବେଳେ ଅପରାଧ ର ପେଣ୍ଠ ସ୍ଥଳୀ ଭାବେ ଓଡ଼ିଶା ପରିଣତ ହେବାରେ ଲାଗିଛି, ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ, ଅରିଶ୍ରମୀ ମାନବ ସମ୍ବଳ, ଉର୍ବର ଚାଷ ଜମି ସତ୍ୱେ ଅନ୍ୟ ରାଜ୍ୟତୁଳନାରେ ଓଡିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁଞ୍ଜିନିବେଶର ପେଣ୍ଠସ୍ଥଳୀ ଭାବରେ ଉଭା ହେବାରେ ସମ୍ପୂର୍ଣ ବିଫଳ ହୋଇଛି, ବେରୋଜଗାରୀ ଲାଗି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟ କୁ ପଳାୟନ କରିବା ସହ ଦାଦନ ଭାବେ ଖଟିବା ପାଇଁ ବାଧ୍ୟ ହେଉଛନ୍ତି , କେବଳ ସାଧାରଣ ଜନତା ନୁହେଁ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହନ୍ତି, ମାନବ ତସ୍କରୀ ସହିତ ବନ୍ୟପ୍ରାଣୀଙ୍କ ତସ୍କରୀ ଓଡ଼ିଶାରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି, କଟକ ଯୁବମୋର୍ଚ୍ଚା ପକ୍ଷରୁ ଦୀର୍ଘ ୨୨ ବର୍ଷ ର ଶାସନରେ ବିଜେଡି ସରକାରଙ୍କ ମୁଖିଆଙ୍କୁ ୨୨ ଟି ପ୍ରଶ୍ନ କଟକନଗର ଜୁବାମୋର୍ଚା ପଚାରି ଥିଲା ଏବଂ ତା ସହ କଟକ ନଗର ର ବିଭିନ୍ନ ମୌଳିକ ସମସ୍ୟା ରହିଛି ତାହାର ମଧ୍ୟ ଉତ୍ତର ରଖିବା ଆବଶ୍ୟକ। ଏହିପ୍ରଶ୍ନ ଯୁବବର୍ଗ ଙ୍କ ପ୍ରଶ୍ନ, ନିଜର ବର୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବବର୍ଗ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଚାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କଥା ରଖିଥିଲେ ସଭାପତି ଶ୍ରୀ ମିଶ୍ର।

Leave a Reply

Your email address will not be published. Required fields are marked *