ଚାରି ଦିନପରେ ବୃଦ୍ଧଙ୍କ ମୃତଦେହକୁ ସତ୍କାର କଲେ ସମାଜସେବୀ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ମାଟିଆଳପଦା ଗାଁରେ ଏକ ଅସହାୟ ପରିବାରର ୯୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ସ୍ଥାନୀୟ ଯୁବ ସମାଜସେବୀ ଇଂ.ରାଜେଶ ମହାକୁଡ଼ଙ୍କ ନେତୃତ୍ୱରେ ମୃତ୍ୟୁର ୪ଦିନପରେ ଶବ ସତ୍କାର କଲେ ସ୍ଥାନୀୟ ସମାଜସେବୀ ଏବଂ ଗ୍ରାମବାସୀ।ମାଟିଆଳ ପଦା ଗାଁର ୯୦ବର୍ଷୀୟ ବୃଦ୍ଧ ଲକ୍ଷ୍ମଣ ସେନାପତି କିଛିମାସ ହେବ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ ହେଲେ ୪ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।ହେଲେ ତାଙ୍କର ପରିବାରରେ କେହି ନଥିବାବେଳେ ସେ ତାଙ୍କ ପତ୍ନୀ ରମ୍ଭାମାଣି ସେନାପତିଙ୍କ ସହ ରହୁଥିଲେ।ହେଲେ ତାଙ୍କ ପତ୍ନୀ ରମ୍ଭାମଣୀ ବାର୍ଦ୍ଧକ୍ୟ ହୋଇଥିବାରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ବିଷୟରେ ଜାଣିପାରିନଥିଲେ।ହେଲେ ଆଜି ମୃତଦେହରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଗ୍ରାମବାସୀ ଘରକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ।ପରେ ସ୍ଥାନୀୟ ସମାଜସେବୀ ଇଂ. ରାଜେଶ ମହାକୁଡ଼ଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ବୃଦ୍ଧଙ୍କ ଶବ ସତ୍କାର ହୋଇଥିଲା।ସମାଜସେବୀ ଶ୍ରୀ ମହାକୁଡ଼ଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି।ଏହି କାର୍ଯ୍ୟରେ ଯୁବ ସମାଜସେବୀ ଶ୍ରୀ ମହାକୁଡ଼ଙ୍କ ସମେତ ସୁଶାନ୍ତ କୁମାର ମହାପାତ୍ର,ମାନସ ବେହେରା, ଅଭିମନ୍ୟୁ ରାଉଳ,ମଧୁସୂଦନ ଜେନା,ତପନ ମହାନ୍ତି,ଗୋପୀନାଥ ଜେନା,ଗୋବର୍ଦ୍ଧନ ମହାରଣା,ଗୋକୁଲ ଦୀକ୍ଷିତ,ତାପସ ମୁଖୀ ପ୍ରମୁଖ ସହଯୋଗ କରିଥିଲେ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *