ଗାଁ ପରିମଳ କାମ ନିମ୍ନମାନର, ଗ୍ରାମରେ ବଢୁଛି ଅସନ୍ତୋସ

Spread the love

ଖଇରା,(ନାଗରାଜ ନ୍ୟୁଜ): ସରପଞ୍ଚ ଓ ଠିକାଦାର ଙ୍କର ମଧୁଚନ୍ଦ୍ରିକା ଭାବ ପୀରତି ପାଇଁ,ଗାଁ ପରିମଳ କାମ ନିମ୍ନମାନର, ଏଠି ସରପଞ୍ଚ ଗ୍ରାମ ମାନଙ୍କର ଉନ୍ନତି ମୂଳକ କାର୍ଯ୍ୟ କରି ଗ୍ରାମ ସହିତ ପଂଚାୟତ କୁ ଆଦର୍ଶ କରିବା ପରିବର୍ତ୍ତେ ଏଠି ଉଲଟା ଦେଖିବା କୁ ମିଳୁଛି ଗ୍ରାମର ଉନ୍ନତି ମୂଳକ କାମରେ ରେ ଠିକାଦାର ଶହ କରୁଛି ମଧୁ ଚନ୍ଦ୍ରିକା ଭାବ, ତାହା ଆଜି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷୀଣ ନରସିଂହପୁର ପଂଚାୟତ ର ୱାର୍ଡ ନମ୍ବର ୩,ବଡ଼ଅତା ଗ୍ରାମ ର ଅଳିଆ ଆବର୍ଜନା ଏଣେ ତେଣେ ନ ପକେଇବା ପାଇଁ ଛକ ଛକ ସ୍ଥାନ ମାନଙ୍କ ରେ ଗୋଟିଏ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି, ହେଲେ ଉକ୍ତ କାମ ଗୁଡିକ ନିମ୍ନମାନର କରିଥିବା ଯୋଗୁଁ ଗ୍ରାମ ର ୱାର୍ଡସଭ୍ୟା ଆରତୀ ମାହାଳିକ ଙ୍କ ଶହ ଅନ୍ୟ ଗ୍ରାମବାସି ପ୍ରତିବାଦ କରିଥିବା ରୁ ସେମାନଂକୁ ସରପଞ୍ଚ ଅଶୋକ କୁମାର ଜେନା ନାଲି ଆଖି ଦେଖାଇବା ଶହ କଟାକ୍ଷ୍ୟ ଭାଷା ପ୍ରୟୋଗ କରି କାମ ଠିକ କରାଯାଉଛି କହି ଧମକ ଦେଇ କହିଥିଲେ ଯାଅ ଆମର କଣ କରିବ,ତେଣୁ ସରପଞ୍ଚ ର ଦବଙ୍ଗ ଗିରି ପାଇଁ ଗାଁ ପରିମଳ କାମ ବାଟ ବଣା ହେବାକୁ ବସିଛି, ସେଥିପାଇଁ ଗ୍ରାମରେ ଅଶୋନ୍ତଶ ଦେଖିବାକୁ ମିଳିଛି, ପ୍ରତିବାଦ କରିଥିବା ଲୋକମାନଙ୍କ ମଧ୍ୟରେ ଦୟାନିଧି ପ୍ରଧାନ, ବିସ୍ମୟ ମଳିକ, ଉପେନ୍ଦ୍ର ମାହାଳିକ, ଶଶୀକାନ୍ତ ପ୍ରଧାନ, ଅକ୍ଷୟ ମାହାଳିକ ହେମନ୍ତ ମାହାଳିକ, ସୁଦାମ ପ୍ରଧାନ, ଗଜେନ୍ଦ୍ର ସଲ, ଗୌରାଙ୍ଗ ଜେନା, ମନରଞ୍ଜନ ସଲ, ପ୍ରମ୍ମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟ ଟି କିପରି ଠିକି ଭାବରେ କରାଯିବ, ସେନେଇ ବିଭାଗୀୟ କତୃପକ୍ଷ ଘଟଣା ର ତଦନ୍ତ କରିବା ପାଇଁ,ସାଧାରଣ ରେ ଦାବି କରି ଆସିଛନ୍ତି .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *