ଓଡ଼ିଶା ଜଗରନଟ୍ସ ଦଳର ମହାପ୍ରଭୁଙ୍କୁ ଦର୍ଶନ

Spread the love

ପୁରୀ,(ନାଗରାଜ ନ୍ୟୁଜ): ମହାରାଷ୍ଟ୍ରର ପୁନେ ଛତ୍ରପତି ଷ୍ଟାଡିୟମରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଓଡିଶା ଜଗରନଟ୍ସ ଦଳ ଆଜି ପୁରୀ ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୂର୍ବାହ୍ନ ରେ ଶ୍ରୀମନ୍ଦିର ନିକଟରେ ଏହି ଚମ୍ପିୟାନ ଦଳ ପହଞ୍ଚିବା ପରେ ଓଡିଶା ଖୋ ଖୋ ସଂଘର ସଂପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ସମସ୍ତ ସଦସ୍ୟ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପରେ ଦଳର ସଦସ୍ୟ ମାନେ ଶ୍ରୀଜିଉ ମାନଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ଟ୍ରଫି କୁ ମଧ୍ୟ ପୂଜା କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ରୁ ଆମେ ଏହି ସଫଳତା ହାସଲ କରିଛୁ ବୋଲି ସେମାନେ କହିବା ସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ,ଉତ୍ସାହ ଓ ସହଯୋଗର ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *