ଗଣେଶପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅଧିନସ୍ଥ ମଥାନୀ ପଞ୍ଚାୟତ ସାନଖୁଡି ଗଣେଶପୂଜା କମିଟି ପକ୍ଷରୁ ଗୁରୁବାର ସଂଧ୍ଯା ଆଠ ଘଟିକାରେ ସାଂସ୍କୃତିକ କାର୍ଯ୍ଯକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଗଣେଶ ପୂଜା କମିଟିର ସଭାପତି ଜିବନ କୁମାର ପାତ୍ରଙ୍କ ପୌର ହିତ୍ଯରେ ଏକ ସଭାର ଆୟୋଜନ ହୋଇଥିଲା । ମୁଖ୍ଯଅତିଥି ଯୁବ ସମାଜ ସେବୀ ସୁଧାଂଶୁ ସେଖର ଜେନା ଯୋଗ ଦେଇଥିବା ବେଳେ ମୁଖ୍ଯବକ୍ତା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଭୂୟାଁ, ସମ୍ମାନୀତ ଅତିଥି ନାଟ୍ଯକାର ତଥା ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଦଣ୍ତପାଟ, ସମାଜ ସେବୀ ଦେବେନ୍ଦ୍ର ବେହେରା, ନଟବର ସିଂହ, କମିଟିର ସଦସ୍ଯ ରାକେଶ ବେହେରା, ରାଜିବ କୁମାର ମହାପାତ୍ରଙ୍କ ସମେତ ସମସ୍ତ ମେମ୍ବର ଉପସ୍ଥିତ ଥିଲେ । ସର୍ବପ୍ରଥମେ ଅତିଥିମାନଙ୍କ ଦ୍ବାରା ଫିତାକାଟି ସଭାକାର୍ଯ୍ଯ ହୋଇଥିଲା । ପରେ ସାଂସ୍କୃତିକ କାର୍ଯ୍ଯକ୍ରମରେ ନୃତ୍ଯ ଓ ସଂଗୀତ ଆସର ଜମିଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *