ସାଂସଦୀୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଆଜିଠାରୁ କଟକ ଜିଲ୍ଲାରେ ଦୁଇଦିନିଆ କାର୍ଯ୍ୟକ୍ରମ

Spread the love

କଟକ,(ନାଗରାଜ ନ୍ୟୁଜ): କେନ୍ଦ୍ର ସରକାରଙ୍କର ଲୋକସଭା ସାଂସଦୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଆଜି ଠାରୁ କଟକ ଜିଲ୍ଲାରେ ଦୁଇଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ହିତ ଯୋଜନା କାର୍ଯ୍ୟ କାରୀ ଉପରେ ଆଲୋଚନା କରିଥିଲେ।ମନ୍ତ୍ରୀ ଶ୍ରୀ ରାୟ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ଉଦବୋଧନ ଦେଇ କହିଲେ କେନ୍ଦ୍ର ସରକାରଙ୍କ ଜନସେବା କାର୍ଯ୍ୟ କ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଅ।ଏଥି ସହିତ ଅତି ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରି ଦେଶ ତଥା ସମାଜ କୁ ସମୃଦ୍ଧ କରନ୍ତୁ।ବର୍ତ୍ତମାନ କେନ୍ଦ୍ର ସରକାର ରାଷ୍ଟ୍ରର ସମୃଦ୍ଧି କ୍ଷେତ୍ରରେ ବିଭିନ୍ନ ଯୋଜନା ମାନ କାର୍ଯ୍ୟ କାରି କରିଛନ୍ତି ବିଶେଷ କରି ଏଲ ପି ଜି ଗ୍ୟାସ ବିତରଣ, ଶୌଚାଳୟ ବ୍ୟବସ୍ଥା,ଚାଷୀଙ୍କ ପାଇଁ ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଆଦି ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ମନ୍ତ୍ରୀ ଶ୍ରୀ ରାୟ ଗୁରୁତ୍ଵ ଆରୋପ କରିଥିଲେ।ପ୍ରାରମ୍ଭରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସ୍ଵାଗତ ଭାଷଣ ଦେଇ ଜିଲ୍ଲାପ୍ରଶାସନ ପକ୍ଷରୁ ମନ୍ତ୍ରୀ ଶ୍ରୀ ରାୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏଥି ସହିତ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିାଗ ଜନ ହିତ କାରୀ କାର୍ଯ୍ୟ କ୍ରମ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାୟ, ପି ଡି ଆମ୍ବୁଜ କର ଏବଂ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଯୁଡ଼ିସିଆଲ ଏକାଡେମୀ ନିକଟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ସର୍କିଟ ହାଉସ ଠାରେ କଟକ ଲୋକ ସଭା କୋର୍ କମିଟିର ବୈଠକରେ ଯୋଗ ଦେଇ ଦଳର ବିଭିନ୍ନ କାର୍ଯ୍ୟ କ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *