ଚଳିତମାସ୧୮ ତାରିଖରେ ହେବ ପୁରୀରେ ଏୟାର ସୋ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ରାଜଭବନ ନିକଟ ବେଳାଭୂମିରେ ଚଳିତ ମାସ ୧୮ ତାରିଖରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ।ବାୟୁ ସେନା ର ପାଇଲଟ ମାନେ ଆକାଶ ମାର୍ଗ ରେ ଏହି ଦିନ ବହୁ ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବେ ବୋଲି ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ପୁରୀ ରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ ଆୟୋଜନ କରାଯାଉଥିବାରୁ ସରକାର ,ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପୁରୀ ର ଲୋକ ମାନେ ମଧ୍ୟ ଏହି ସୋ କୁ ବେଳାଭୂମିରେ ଦେଖି ପାରିବେ ବୋଲି ସେ କହିଥିଲେ। ବିସ୍ତୃତ ଆଲୋଚନା ପରେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା,ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱ କୁ ନିଷ୍ଠାର ସହ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ଡି ଏଫ ଓ ଶ୍ରୀ ରାମସାମୀ ପି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଏସ୍ ପି ଶ୍ରୀ ମିହିର ପ୍ରସାର ପଣ୍ଡା, ସିଟି ଡି ଏସ ପି ଶ୍ରୀ ଜନାର୍ଦ୍ଦନ ପାଢୀ, ଆଚଂଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ,, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କ୍ରୀଡା ଅଧିକାରୀ ଶୀ ଚନ୍ଦନ ସାହୁ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *