ପ୍ରଯୋଜକ ବୀର କିଶୋରଙ୍କ ପରଲୋକ

Spread the love

କଟକ, ୨୦।୯(ଏନ୍‌ ନ୍ଯୁଜ୍‌) ବର୍ଷିଆନ ଚଳଚ୍ଚିତ୍ର ପ୍ରଯୋଜକ ତଥା ଅଭିନେତା ବୀରକିଶୋର ମହାପାତ୍ରଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ଶନିବାର ରାତି ୧୧ଟା ୩୦ ମିନିଟ ରେ ସେ କଟକ ମଧୁସୂଦନ ନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧିକ୍ୟ କରଣରୁ ଅସୁସ୍ଥ ରହିଥିଲେ । ତାଙ୍କ ବିୟୋଗରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।
ସେ ମାଆ ପରି କିଏ ହେବ ଭଳି ଫିଲ୍ମରେ ପ୍ରଯୋଜନା କରି ଓଡ଼ିଆ ଫିଲ୍ମ ଜଗତକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲେ । ଆଜି ସେ ଆଉ ନାହାନ୍ତି । ଓଡ଼ିଆ ସିନେମା ଜଗତରେ ତାଙ୍କର ଶୂନ୍ୟ ସ୍ଥାନ ସର୍ବଦା ଝୁରିବେ ଫିଲ୍ମ ଜଗତର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ,କଳାକାର ଓ ସିନେପ୍ରେମୀମାନେ।

Leave a Reply

Your email address will not be published. Required fields are marked *