ଯୁବ କଂଗ୍ରେସ ପକ୍ଷରୁ ଦାବିପତ୍ର

Spread the love

ବାଙ୍କୀ,(ନାଗରାଜ ନ୍ୟୁଜ): ବନ୍ୟାକୁ ବିତି ଯାଇଛି ଏକ ମାସରୁ ଉର୍ଦ୍ଧ ହେଲେ ରାଜ୍ୟ ସରକାରଙ୍କ ଘୋଷିତ ୧୫ ଦିନର ରିଲିଫ ପହଁଚି ପାରିଲା ନାହିଁ ବାଙ୍କୀ ବନ୍ୟା ବିପନ୍ନଙ୍କ ପାଖରେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ । ଏନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ରିଲିଫ୍ କମିଶନରଙ୍କ ଉଦ୍ଦେଶ୍ୟରେ ଦିଆଗଲା ଦାବିପତ୍ର ।କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ତୁରନ୍ତ ରାଜ୍ୟ ସରକାରଙ୍କ ଘୋଷିତ ରିଲିଫ ଯୋଗାଇ ଦେବା ପାଇଁ ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସର ସଭାପତି ସ୍ମୁତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଅନେକ କଂଗ୍ରେସ୍ କର୍ମୀଙ୍କ ଉପସ୍ଥିତରେ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଭେଟି ରାଜ୍ୟ ରିଲିଫ କମିଶନର ଉଦେଶ୍ୟରେ ଦେଇଛନ୍ତି ଲିଖିତ ଦାବିପତ୍ର. ଦାବି ତୁରନ୍ତ ବନ୍ୟା ବିପନ୍ନ ଙ୍କୁ ଯୋଗାଇ ଦିଆଯାଉ ୧୫ ଦିନର ରିଲିଫ ସାମଗ୍ରୀ ବୋଲି ହୋଇଛି ଦାବି । ନଚେତ ଆଗାମୀଦିନରେ ଆନ୍ଦୋଳନ ପାଇଁ ଚେତାବନୀ ।

Leave a Reply

Your email address will not be published. Required fields are marked *