ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ମୋଦୀଜି ଙ୍କ ଜନ୍ମ ଦିନରେ କଟକ ନଗର ଜିଲ୍ଲା ତରଫରୁ ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟକ୍ରମ

Spread the love

କଟକ, (ନାଗରାଜ ନ୍ୟୁଜ): ଆଜି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତଥା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ୭୨ ତମ ଜନ୍ମ ଦିବସରେ କଟକ ନଗର ବିଜେପି ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ମାର୍ଗଦର୍ଶନରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। କଟକ ନଗର ବିଜେପି ଯୁବ ମୋର୍ଚ୍ଚା ର ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ରକ୍ତ ଦାନ ଶିବିରର ପ୍ରତି ବର୍ଷ ଭଳି ଏହିବର୍ଷ ମଧ୍ୟ ସେପ୍ଟେମ୍ବର ୧୭ ତାରିଖ ଦିନ ସକାଳ ୧୦.୦୦ ଘଟିକା ସମୟରେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସ୍ଥିତ କେନ୍ଦ୍ରୀୟ ରେଡ଼କ୍ରସ୍ ରକ୍ତ ଭଣ୍ଡାର ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ମୋଦୀଜି ଙ୍କ ୭୨ ତମ ଜନ୍ମ ଦିବସରେ ୭୩ ଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଶ୍ବରଂଜନ ମିଶ୍ର,କର୍ପୋରେଟର ଶ୍ରୀ ଦୀପକ ଦାସ ଓ ଲକ୍ଷ୍ମୀଧର ବେହେରା, ଅଭିଳାଷ ଜେନା,ଜୀବନ ଜ୍ୟୋତି ଦାସ, ବିଶ୍ୱଜିତ୍ ଦାସ, ଶାରଦା ଷଡ଼ଙ୍ଗୀ, ସତ୍ୟଜିତ ବାରିକ, ଦିବାକର ସାହୁ,ଅସିତ୍ ନାୟକ, ସୁମନ ରାଉତ,ଶିବ ନାରାୟଣ ନାୟକ, ସୌମ୍ୟ ଷଡ଼ଙ୍ଗୀ, ସଦାନନ୍ଦ ବିଶ୍ଵାଳ, ସତ୍ୟରଞ୍ଜନ ଦଳାଇ, ଅମ୍ରୀତ ଆଚାର୍ଯ୍ୟ, ରଶ୍ମି ମହାପାତ୍ର, ସୌମ୍ୟ ସ୍ବାଇଁ, ଜୟକୃଷ୍ନ ସ୍ବାଇଁ, ଶ୍ରୀନିବାସ ରେଡ୍ଡୀ, ଖିତିସ ବେହେରା, ଡେଜିନା ବେହେରା, ଚିରଞ୍ଜୀବ ଖଣ୍ଡାୟତ ରାୟ,ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ପ୍ରେମାନନ୍ଦ ଦାସ, ରତନ ମହାନ୍ତି, ମହମ୍ମଦ ସବିର, ତପନ ବେହେରା,ଚନ୍ଦନ ଦାସ, କିରଣ ମଲ୍ଲୀକ,ଯୁଗଳ ପାତ୍ର ଓ ମମତାଜ ଅଲ୍ଲି ପ୍ରମୁଖ ଯୋଗ ଦେଇ ରକ୍ତ ଦାନ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସକାଳେ ମେରିଆବଜ଼ାର ଛକରେ ବିଶ୍ୱଜିତ ମହାପାତ୍ର,କଳ୍ପନା ଜେନା, ରବି ସାହୁ,ଟୁନା,ନୀଳା, ଚନ୍ଦନ ଆଦି ପ୍ରମୁଖଙ୍କ ନେତୃତ୍ୱରେ ସ୍ବଛ ଭାରତ ଓ ମୋଦିଜୀଙ୍କ ମହିମା ଵର୍ଣ୍ଣନ ସଭା କରାଯାଇଥିଲା।କଟକ ଚଣ୍ଡୀ ମନ୍ଦିର ବାହାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରବୀଣା ମହାପାତ୍ର ଙ୍କ ନେତୃତ୍ୱରେ ସ୍ଵଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ନମିତା ମିଶ୍ର, ସବିତା ବେହେରା,ଅମ୍ବିକା ଦାସ,ସଂଯୁକ୍ତା ମିଶ୍ର,ସୀତା ସାହୁ,ୱାଇ ୱାଣୀ,ରୀତା ମହାପାତ୍ର, କଲ୍ୟାଣି ମହଲା,ମାନସୀ ଦାସ,ସୁଜାତା ଭରଦ୍ବାଜ,ପ୍ରିୟଦର୍ଶିନୀ ସାହୁ,ସ୍ନେହମଞ୍ଜରୀ ମହାନ୍ତି,ସୁଚିତ୍ରା ସେନାପତି,ପାର୍ବତୀ ଘଡେଇ, ସାଗରିକା ମୁଦୁଲି ଓ ନମିତା ଭୂୟାଁ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *