ଭାରତ ରକ୍ଷା ମଞ୍ଚ ପୁରୀ ଜିଲ୍ଲା ମୁଖର ହିନ୍ଦୁ ପ୍ରଖର ରାଷ୍ଟ୍ର

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ତା 18ସେପ୍ଟେମ୍ବର ରବିବାର ଦିନ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ରେ ଦିନ11,30ମି ରେ ଭାରତ ରକ୍ଷା ମଞ୍ଚ ପୁରୀ ଜିଲ୍ଲା ତରଫରୁ ହିନ୍ଦୁ ରାଷ୍ଟ୍ର ସଂକଳ୍ପନା ଓ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆ ଭାରତ ପାଇଁ ବୋଝ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ କୁ ମହନ୍ତ ନାରାୟଣ ରାମାନୁଜ ଦାଶ ଉତ୍ତରପାର୍ଶ୍ୱ ମଠ ଭାରତ ମାତା ଓ ଶିବାଜୀ ମହାରାଜା ଙ୍କ ଶ୍ରୀ ଚରଣ ରେ ପୁଷ୍ପ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।ମହନ୍ତ ମହାରାଜ ହିନ୍ଦୁ ଧର୍ମ ଓ ସଂସ୍କୃତି ର ପ୍ରଚାର ପ୍ରସାର କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟଅତିଥି ଭାବେ ସଙ୍ଘଠନ ର ଓଡ଼ିଶାର ପ୍ରଦେଶ ସଭାପତି ଡାକ୍ତର ଅଶୋକ କୁମାର ଆଚାର୍ଯ୍ୟ ଯୋଗଦେଇ ସଙ୍ଘଠନ ର ଲକ୍ଷ୍ୟ ଓ ଉଦେଶ୍ୟ ମୂଳ ମନ୍ତ୍ର ହିନ୍ଦୁ ସଙ୍ଘଠିତ ହୋଇ ରାଷ୍ଟ୍ର ହିତ ରେ କାର୍ଯ୍ୟ କରିବା ପାଇଁ ଉଦବୋଧନ ଦେଇଥିଲେ।ଉପସ୍ଥିତ ବକ୍ତାମାନେ ଭାରତ ପାଇଁ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆ ଏକ ବିପଦ ଦର୍ଶାଇ ସଭାରେ ଗଭୀର ଉଦବେଗ ପ୍ରକାଶ କରିଥିଲେ।ସଭାରେ ଯୋଗ ଦେଇ ଓଡ଼ିଶାର ସଙ୍ଘଠନ ସମ୍ପାଦକ କୃଷ୍ଣଚନ୍ଦ୍ର ମିଶ୍ର କହିଥିଲେ ଯେ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆ ଙ୍କୁ ଚିନ୍ହଟ କରାଯାଇ ତୁରନ୍ତ ସେମାନଙ୍କୁ ଭାରତର ବିଭିନ୍ନ ସୁବିଧା ସୁଯୋଗ ରୁ ବଂଚିତ କରାଯାଉ।ଭୋଟ ବ୍ୟାଙ୍କ ନାଁ ରେ ତୁଷ୍ଟିକରଣ ନୀତି କୁ ପ୍ରୋତ୍ସାହନ ଦିଆ ନ ଯାଉ।କାର୍ଯ୍ୟକ୍ରମରେ ସଚି ନନ୍ଦନ ଦାସ ମଞ୍ଚ ପରିଚାଳନା କରିଥିଲେ।ଉତ୍ତର ପୂର୍ବ ସଂଯୋଜକ ବିଭୁତି ଭୂଷଣ ମହାପାତ୍ର ଆଗାମୀ କାର୍ଯ୍ୟକ୍ରମ ସୂଚନା ଦେଇଥିଲେ। ସର୍ବ ଶେଷରେ ପୁରୀ ଜିଲ୍ଲା ର ସାଙ୍ଘଠନିକ ପରିଚାଳନା କରିବା ପାଇଁ ନୂତନ କାର୍ଯ୍ୟକରିଣୀ ଘୋଷଣା କରାଯାଇଥିଲା।ସଭାପତି ନାରାୟଣ ଦାଶ ଉପସଭାପତି ବାସୁଦେବ ସାହୁ ସାଧାରଣ ସମ୍ପାଦକ ସୌରଭ ଚାନ୍ଦ ସଙ୍ଘଠନ ସମ୍ପାଦକ ପ୍ରଦୀପ୍ତ ଦାସସମ୍ପାଦକ ମନୋଜ କୁମାର ଅଗ୍ରୱାଲ ଓ ସବିତା ବିଶୋଇ କାର୍ଯ୍ୟାଳୟ ସମ୍ପାଦକ ଉପେନ୍ଦ୍ର ବିଶୋଇ କୋଷାଧ୍ୟକ୍ଷ ବିଚିତ୍ର ରଞ୍ଜନ ସାହୁ ଆଇନ ବିଧି ପ୍ରମୁଖ ଡକ୍ଟର, ଧୀରେନ ରାୟ ମିଡିଆ ପ୍ରମୁଖ ବିଜୟ କୁମାର ପଟ୍ଟନାୟକ ମହିଳା ପ୍ରମୁଖ ପ୍ରଭାତ ନଳିନୀ ସାହୁ ସହ ମହିଳା ପ୍ରମୁଖ କବିତା ପ୍ରଧାନଯୁବା ପ୍ରମୁଖ ଜଗନ୍ନାଥ ଷଡ଼ଙ୍ଗୀ ଉପଦେଷ୍ଟା ମଣ୍ଡଳୀ ରେ ଭବାନୀ ମିଶ୍ର, ସିଦ୍ଧାର୍ଥ ଦାସ ,ପ୍ରଦୀପ ନନ୍ଦ, ପୂର୍ଣ ଚନ୍ଦ୍ର ମିଶ୍ର ଙ୍କ ନାମ ଘୋଷଣା କରାଯାଇଛି ଶେଷରେ ସଭାରେ ସାଧାରଣ ସମ୍ପାଦକ ସୌରଭ ଚାନ୍ଦ ଧନ୍ୟବାଦ ଭାଇ କରିଥିଲେ ସାମ୍ବାଦିକ ସମ୍ମିଳନୀ ଅପରାହ୍ନ ୪ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ରକ୍ଷା ମଞ୍ଚ ର ଓଡ଼ିଶାର ସଭାପତି ଅଶୋକ କୁମାର ଆଚାର୍ଯ୍ୟଯୋଗ ଦେଇ ଭାରତ ରକ୍ଷା ମଞ୍ଚ ପୁରୀ ଜିଲ୍ଲାର ପ୍ରତି ଗାଁ ରେ ଜନ ସଚେତନତା ଅଭିଯାନ ଆରମ୍ଭ କରି ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବ ଯେ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆ ଆମର ଦେଶ ପାଇଁ କେତେ ବିପଦ। ଆଗାମୀ ଦିନରେ ପୁରୀ ଜିଲ୍ଲାରେ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆ ମାନଙ୍କୁ ଚିନ୍ହଟ କରାଯାଇ ଜିଲ୍ଲା ପ୍ରଶାସନ ର ଅବଗତ କରାଯିବ।

Leave a Reply

Your email address will not be published. Required fields are marked *