ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ଭାରତ ସରକାରଙ୍କର PIB ପକ୍ଷରୁ ଆଜି ବାରବାଟି ଷ୍ଟାଡିୟମ୍ ସ୍ଥିତ ବାରବାଟି ପାଲେସ ଠାରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କର ବାର୍ତ୍ତା ଆଳାପ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମ ଶାଳାରେ ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଗଣମାଧ୍ୟମର ଦାଇତ୍ଵ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ।ସେହି ଭଳି ସରକାରଙ୍କର ଜନ କଲ୍ୟାଣ ନୀତି ଏବଂ ଯୋଜନା ଗୁଡ଼ିକ୍ନପ୍ରଚାର ପ୍ରସାର ଉପରେ କର୍ମଶାଳାରେ ଗୁରୁତ୍ବ ଦିଆ ଯାଇଛି।କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚଇନି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କର୍ମ ଶାଳକୁ ଉଦ୍ଘାଟନ କରି କହିଲେ ରାଷ୍ଟ୍ର ସମାଜ ଗଠନରେ ସେମାନଙ୍କର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି।ସେମାନେ ଗଣ ତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ତାଙ୍କର ଦଶିତ୍ଵ ରହିଛି।ଗଣ ମାଧ୍ୟମ କୁ ଚତୁର୍ଥ ସ୍ତମ୍ଭ ଭାବରେ ବିବେଚନା କରାଯାଏ।ଗଣ ତନ୍ତ୍ର ଓ ସମ୍ବିଧାନର ଏମାନେ ହେଉଛନ୍ତି ରକ୍ଷା କାରୀ।ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲାପରିଷଦ ର ପ୍ରଶାସନିକ ଅଧିକାରୀ ଆମ୍ବର୍ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ PIB ର ମୁଖ୍ୟ ପି କେ ଚୌଧୁରୀ ସ୍ଵାଗତ ଭାଷଣ ଦେଇ କର୍ମଶାଳାର ଉଦେଶ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ।PIB ର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାସ ଏକ ସନ୍ଦର୍ଭ ପାଠ କରିଥିଲେ।ବରିଷ୍ଠ ସାମ୍ବାଦିକ କାନନ ବିହାରୀ ଦାସ ଏବଂ ଆଥଲେଟିକ ଅନୁଲତା ବିଶ୍ଵାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ଦେଶର ସ୍ଵାଧୀନତା ଆନ୍ଦୋଳନରେ କଟକ ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।ସି ଏମ ସି ର ଡେ ପୁଟି କମିଶନର ଅଜୟ ମହାନ୍ତି ସହରାଞ୍ଚଳର ଅମୃତ ଯୋଜନା ସମ୍ପର୍କ ରେ ମତାମତ ଦେଇଥିଲେ।ଏହି କର୍ମ ଶାଳାରେ ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।କଟକ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କାର୍ଯ୍ୟ କ୍ରମାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *