କାଲି ଠାରୁ ପ୍ରବଳ ବର୍ଷିବ

Spread the love

ଭୁବନେଶ୍ବର,୨୪।୯(ଏନ୍ ନ୍ୟୁଜ୍) ଅସନ୍ତା କାଲି ଠାରୁ ଅର୍ଥାତ ଶୁକ୍ର ବାରରୁ ରାଜ୍ୟ ପ୍ରବଳ ବର୍ଷା  ହେବାର ପାଣି ପାଗ ବିଭାଗ ସୂଚନା ଦେଇଛି। ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ଠାରୁ ବର୍ଷା ଜାରି ରହିଛି। ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ କରିଛି ଆଞ୍ଚଳିକ ପାଣି ପାଗ ବିଭାଗ। ଏହି ଦୁଇ ଜିଲ୍ଲାକୁ ଏଲୋ ୱାରର୍ଣ୍ଣିଂ ଜାରି କରିଛି। ପଚିଶ ତାରିଖରୁ ପ୍ରବଳ ବର୍ଷିବ ବୋଲି ଆଶଙ୍କା କରିଛି ପାଣି ପାଗ ବିଭାଗ। ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜିବୀମାନଙ୍କୁ ସମୁଦ୍ରକୁ ଯିବାଲାଗି ବାରଣ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏତିକି ବେଳେ ପୁଣି ତିନି ଦିନ ଧରି ହେବାକୁ ଥିବା ଲଘୁଚାପ ଜନିତ ବର୍ଷା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ  ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *