ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲେ ବାଲେଶ୍ୱର ସାରଥୀ ପରିବାର

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜୁରିଆ ପାଟଣା ଗ୍ରାମ ର, ଯଦୁନାଥ ଦଳେଇ ଙ୍କର ସାନ ପୁଅ, ବିମଳ କୁମାର ଦଳେଇ,କିଛି ବର୍ଷ ତଳେ ପଥର ମୃତ୍ତି, କାମକରିବାକୁ ସ୍ଥାନୀୟ ବିନା ପ୍ରମାଣ ପତ୍ର ରେ, ଠିକାଦାର ଗୟାଧର ଧାଉଁଡିଆ ଶହ ଗୁଜୁରାଟ ଯାଇଥିଲେ, ସେଠି କାମ କରିବା ସମୟରେ,ମନ୍ଦିର ଉପରୁ ଖସିପଡି ଦିବ୍ୟାଙ୍ଗ ହୋଇଥିଲେ, ଠିକାଦାର ଧରା ଛୁଆଁ ନ ଦେବାରୁ,ଦୀର୍ଘଦିନ ଧରି ନିଜର ନ୍ୟାୟ ପାଇବା ପାଇଁ, ପ୍ରଶାସନ ଠୁଁ ଆରମ୍ଭ କରି ନେତା ଓ ରାଜନେତା ମାନଂକୁ ଗୁହାରି କରି, ହତାଶ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ସୋସିଆଲ ମିଡ଼ିଆରେ ଉଦ୍ୟମ କରିବା ପାଇଁ ନିଜ ମନସ୍ତ କରିଥିଲେ, ତେଣୁ ଏସବୁ ଦୃଷ୍ଟି କୁ ନେଇ,ବାଲେଶ୍ୱର ସାରଥୀ ପରିବାର ଆଜି, ଦିବ୍ୟାଙ୍ଗ ବିମଳ କୁମାର ଦଳେଇ ଙ୍କୁ ସାକ୍ଷାତ କରି, ତାଙ୍କର ସ୍ୱାସ୍ଥ୍ୟ ଗତ ସମଷ୍ୟା ପଚାରି ବୁଝି, ଆର୍ଥିକ ସହାୟତା କରିଥିଲେ, ଏବଂ ଆଗାମୀ ଦିନରେ ତାଙ୍କୁ କିପରି, ଉପଯୁକ୍ତ ଚିକିତ୍ସାର ସୁବିଧା ସୁଯୋଗ ମିଳିପାରିବ, ସେନେଇ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ, ତେଣୁ କାର୍ଯ୍ୟକ୍ରମ ରେ, ବାଲେଶ୍ୱର ସାରଥୀ ପରିବାର ପକ୍ଷରୁ କାର୍ତିକ ଚନ୍ଦ୍ର ବାରିକ, ସୁଶାନ୍ତ କୁମାର ନାୟକ, ଚକ୍ରଧର ପଣ୍ଡା, ଗଣେଶ ଚନ୍ଦ୍ର ବସନ୍ତିଆ, ପୂର୍ଣ୍ଣ ଚନ୍ଦ୍ର ଭୂୟାଁ, ଚିତ୍ତରଞ୍ଜନ ନାଥ, ଗୀତାଞ୍ଜଳି ନାଥ, ସଶ୍ମିତା ନାଥ, ରାମମଣି ବେହେରା ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ,ତେଣୁ ବାଲେଶ୍ୱର ସାରଥୀ ପରିବାର ର,ଏହିପରି ଅସହାୟ ପାଖରେ ପହଂଚି ସହଯୋଗ କରିଥିବା ରୁ ବେଶ ପ୍ରଂଶସା କରାଯାଇଛି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *