ଚାନ୍ଦିମେଢରେ ସାମିଲ ହେଲା କଟକର ବ୍ୟବସାୟିକ ପେଣ୍ଠସ୍ଥଳୀ କଲେଜ ଛକ ପୂଜା ପ୍ରତିଷ୍ଠାନ

Spread the love

କଟକ,(ନାଗରାଜ ନ୍ୟୁଜ): ଚାନ୍ଦିମେଢରେ ଆଉ ଗୋଟିଏ ସାମିଲ ହେଲା କଟକର ବ୍ୟବସାୟିକ ପେଣ୍ଠସ୍ଥଳୀ କଲେଜ ଛକ ପୂଜା ପ୍ରତିଷ୍ଠାନ। ଏହାକୁ ମିଶାଇ କଟକରେ ଚାନ୍ଦିମେଢ ସଂଖ୍ୟା ୨୮ ରେ ପହଞ୍ଚିଛି। ଏ ନେଇ ଆଜି କଲେଜ ଛକ ପୂଜା ମଣ୍ଡପ ନିକଟରେ ନୂତନ ଚାନ୍ଦିମେଢକୁ ଉଦଘାଟନ କରାଯାଇଛି। କମିଟି ପକ୍ଷରୁ ପୁର୍ବରୁ ଜରି ମେଢ ଲାଗି କରାଯାଉଥିଲା। କୋଭିଡ୍ ପାଇଁ ଚାନ୍ଦିମେଢକୁ ଉଦଘାଟନ କରାଯାଇ ନ ଥିଲା। ଆଉ ଚଳିତ ବର୍ଷ ପ୍ରଥମ କରି କଲେଜ ଛକ ପୂଜା କମିଟିର ଚାନ୍ଦିମେଢରେ ଝଲସିବେ ମା ଦୁର୍ଗା। ଉଦଘାଟନ ସମାରୋହରେ ଟୁଇନ୍ ସିଟି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର,କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ବାଙ୍କୀ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବରିଷ୍ଠ କର୍ମକର୍ତ୍ତା ତଥା ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ,କଲେଜ ଛକ ପୂଜା ପ୍ରତିଷ୍ଠାନର ସଭାପତି ଉତ୍ତମ ବେହେରା,କୋଷାଧ୍ୟକ୍ଷ ଲୋକନାଥ ଲେଙ୍କା, ପୁର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ ପ୍ରମୁଖଙ୍କ ଗହଣରେ ମା ଙ୍କ ପାଇଁ ଚାନ୍ଦିମେଢକୁ ଉଦଘାଟନ କରାଯାଇଛି। ତେବେ ଚାନ୍ଦିମେଢ ର ଓଜନ ଅଢେଇରୁ ୩ କୁଇଣ୍ଟାଲ୍ ହୋଇଥିବା ବେଳେ ଆଜି ମୃଣ୍ମୟୀ ମୂର୍ତ୍ତିରେ ଲାଗି କରାଯାଇଛି। ସେହିପରି ଆଜି ଠୁ ନବମୀ ପର୍ଯ୍ୟନ୍ତ ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯିବ। ଚଳିତବର୍ଷ କଟକ ସହରରେ ଶାରଦୀୟ ଦୁର୍ଗାପୂଜା ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ ପୋଲିସ କମିଶନର କଟକ ସହର ବାସୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *