ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି,  ଦୁଇ ଦେଶର ସମ୍ପର୍କ ସୁଦୃଢ କରିବାକୁ ଆଲୋଚନା

Spread the love

ନୂଆଦିଲ୍ଲୀ :- ଶୁକ୍ରବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ନବ ନିର୍ବାଚିତ ପ୍ରଧାନ ମନ୍ତ୍ରୀ ‌ୟୋସିହିଦେ ସୁଗାଙ୍କୁ  ଫୋନ୍ କରି ଶୁଭେଚ୍ଛା ଜଣାଇଥିବା ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ୟୋସିହିଦେ ପ୍ରଥମ କରି ନିର୍ବାଚିତ ହୋଇଥିବାରୁ ଲକ୍ଷ ହାସଲ କରିବାରେ ସଫଳ ହୁଅନ୍ତୁ ବୋଲି କାମନା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି।  ଉଭୟ ଦେଶ ପାରସ୍ପରିକ ବିଶ୍ବାସ ଓ ମୂଲ୍ୟବୋଧର ଆଦାନପ୍ରଦାନ ଆଧାରରେ ସମ୍ପର୍କ ବୃଦ୍ଧି ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରିଛନ୍ତି। ଆଗକୁ ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କ ଜାରୀ ରହିବ ବୋଲି ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ ମତପୋଷଣ କରିଛି।

ସୂଚନାଯୋଗ୍ୟ ଚଳିତ ମମାସ ୧୪ ତାରିଖରେ ଜାପନ ପୂର୍ବତନ ପ୍ରଧାନ୍ତ୍ରୀ ସିଞ୍ଜୋଆବେଙ୍କ ଅନୁଗତ ତଥା ସହଯୋଗୀ ୟୋସିହିଦେ  ଶାସକ ଦଳ ନେତୃତ୍ବରେ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭକ ରିଥିଲେ।

Leave a Reply

Your email address will not be published. Required fields are marked *