ବିହାର ମତଦାନ ଅକ୍ଟୋବର ୨୮ରୁ,ତିନ ପର୍ଯ୍ୟାୟରେ ମତଦାନ

Spread the love

ନୂଆଦିଲ୍ଲୀ,୨୬।୯: ବିହାର ବିଧାନସଭା ଆଶନ ନିର୍ବାଚନର ତାରିଖ ଘୋଷଣା ହୋଇଛି। ୨୪୩  ଆଶନ ବିଶିଷ୍ଟ ବିହାର ବିଧାନ ସଭାର ମତଦାନ  ୩ଟି ପର୍ଯ୍ୟାୟରେ  ହେବ। ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ,ନଭେମ୍ବର ୩ ତାରିଖରେ ଦ୍ବିତୀୟ ଓ ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପାଇଁ ଦିନ ଧାର୍ଯ୍ୟ ହୋଇଛି। କରୋନା ମହାମାରୀ ସଂକ୍ରମଣ କାଳରେ ସମଗ୍ର ବିଶ୍ବରେ ପ୍ରଥମ ଥର ପାଇଁ  ସର୍ବବୃହତ ନିର୍ବାଚନ ହେବାକୁ ଯାଉଥିବା ତାରିଖ ଘୋଷଣା ବେଳେ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା।

Leave a Reply

Your email address will not be published. Required fields are marked *