ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଅଫିସ୍ ସହାୟକଙ୍କ ଗ୍ରେଡ ପେ ବୃଦ୍ଧି ନେଇ ଦାବୀ

Spread the love

କଟକ, (ନାଗରାଜ ନ୍ୟୁଜ): ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଅଫିସ୍ ସହାୟକ ମାନକଙ୍କ ର ଗ୍ରେଡ ପେ ବୃଦ୍ଧି ନେଇ ଏକ ଆଲୋଚନା ଚକ୍ର, ଆଜି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ,କଟକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ରାଜ୍ୟ ଓଷ୍ଟା ର ସାଧାରଣ ସଂପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ସହିତ ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ଗ୍ରେଡ ପେ ମଧ୍ୟରେ ଥିବା ଅସାମାଜସ୍ୟତା ସହ ଆକାଉଣ୍ଟାଣ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା କର୍ମ ଚାରି ଙ୍କୁ ନାଯ୍ୟ ଦରମା ପ୍ରଦାନରେ ଅଣ ଦେଖା କରାଯାଉଥିବାର ଆଲୋଚନା କରାଯାଇଥିଲା । ଏହି ପରି ପେଖୀରେ କର୍ମ ଚାରି ମାନଙ୍କର ନାଜ୍ୟ ଦାବୀ କୁ ବିଭାଗୀୟ ଅଧିକାରୀ ଓ ଗଣ ଶିକ୍ଷା ସଚିବ ଓଡ଼ିଶା ମହୋଦୟଙ୍କ ଦୃଷ୍ଟି ଆକର୍ଷଣ ସହିତ କାର୍ଯ୍ୟ କାରିତା ପାଇଁ ସାଧାରଣ ସମ୍ପାଦକ ମତ ରଖିଥିଲେ । କୌଣସି ସୂ ଫଳ ନମିଳିଲେ ସଂଘର ନିଷ୍ପତ୍ତି କ୍ରମେ କର୍ମ ଚାରି ମାନେ ବାଧ୍ୟ ହୋଇ ଆନ୍ଦୋଳନ କରିବାକୁ ରାଜ ରାସ୍ତାକୁ ଓହ୍ଲାଇବେ । ଆଜିର ବୈଠକ ଓଷ୍ଟା, କଟକ ଜିଲ୍ଲାର ସଭାପତି ଶ୍ରୀ ଭାବ ଗ୍ରାହୀ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ନଳିନୀ କାନ୍ତ ସାହୁ, ମନମୋହନ ବେହେରା,ସର୍ବେଶ୍ଵର ନାୟକ,ଶ୍ରୀଧର ପରିଡା,ଦୁର୍ଗା ପାଇକରାଏ, ସୁରେନ୍ଦ୍ର ସାହୁ,ଉଦୟନାଥ ପ୍ରଧାନ,ସରସ୍ଵତୀ ସାହୁ,ପଦ୍ମ ଚରଣ ପ୍ରଧାନ,ତୁଷାର ରଞ୍ଜନ ତ୍ରିପାଠୀ,ଯୋଗେନ୍ଦ୍ର ସାହୁ,ଚନ୍ଦ୍ର ଶେଖର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *